ଜିଲ୍ଲା ରେଡକ୍ରସ ତରପଂରୁ ଦିବ୍ୟାଙ୍ଗଙ୍କୁ ଅଙ୍ଗ ଉପକରଣ ପ୍ରଦାନ

ଯାଜପୁର – ବିଂଝାରପୁର ବ୍ଳ୍‌କ ଅନ୍ତର୍ଗତ ପ୍ରିତିପୁର ଗ୍ରାମର ରବିନ୍ଦ୍ର ପରିଡାଙ୍କ ୧୧ ବୟସର ପୁତ୍ର ଦୀପକ ପରିଡା ଜନ୍ମରୁ ଜଣେ ଦିବ୍ୟାଙ୍ଗ । ବିନା ସହଯୋଗରେ ଚଳ ପ୍ରଚଳ ଅସୁବିଧା ହେଉଥିବାରୁ ଓ ଆର୍ଥିକ ଅଭାବ ଦୃଷ୍ଟିରୁ ପୁତ୍ରର ଚିକିତ୍ସା ପାଇଁ ସେ ଅସମର୍ଥ ଥିଲେ । ଏଥିପାଇଁ ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପିଂଜିଓଥେରାପିଂ ବିଭାଗ ଓ ଜିଲ୍ଲା ରେଡକ୍ରର ସହଯୋଗ କ୍ରମେ ଉପକରଣ ଅଙ୍ଗ ପ୍ରଦାନର ବ୍ୟବସ୍ଥା କରାଯାଇଥିଲା । ଯାଜପୁର ଅତିରିକ୍ତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ଦାସ ହିତାଧିକାରୀଙ୍କୁ ଏହି ଉପକରଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଂଜିଓଥେରାପିଷ୍ଟ ଡା. ଦେବୀ ପ୍ରସାଦ ସାମଲ ଓ ଡା. ଆଞ୍ଚଲ ବାୱା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ