ନୂଆ ଆଲୋକ ସଂଗଠନ ସମ୍ବର୍ଦ୍ଧିତ

ଯାଜପୁର -ଯାଜପୁର ଜିଲ୍ଲାର ଅନ୍ୟତମ ସ୍ୱେଚ୍ଛାସେବୀ ସଂଗଠନ ନୂଆ ଆଲୋକ, ରାଜ୍ୟର ବରିଷ୍ଠ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱପ୍ନ ଫାଉଣ୍ଡେସନ ‌ଦ୍ୱାରା ତାର ସେବାମୂଳକ କାର୍ଯ୍ୟକ୍ରମ ପାଇଁ ସଂମ୍ବର୍ଦ୍ଧିତ ହୋଇଛି । କଟକ ସ୍ଥିତ ଶାରଳା ମଣ୍ଡପ ଠାରେ ଅନୁଷ୍ଠାନର ସଭାପତି ସୁଧାଂଶୁ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ଅବସରପ୍ରାପ୍ତ ବିଚାର ପତି ଜଷ୍ଟିସ ଏ.ଏସ୍‌. ନାଇଡୁ , ମୁଖ୍ୟ ଅତିଥି କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ୍‌,ସଭାପତି ନ୍ୟାସନାଲ ହ୍ୟୁମାନ ରାଇଟସ୍ ଆସୋସିଏସନ ପ୍ରଦୀପ କୁମାର ବେହେରା, ମୁଖ୍ୟ ବକ୍ତା ,ଚୈାଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ,ସମାଜ ସେବିକା ମୀରା ପରିଡା ,ବରିଷ୍ଠ ସମାଜ ସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ । ନୂଆ ଆଲୋକ ସଂଗଠନ ତରଫରୁ ସଭାପତି ଶରତ କୁମାର ଜେନା , ନିର୍ଦ୍ଦେଶକ ଜନ୍ମେଜୟ ମହାନ୍ତି , ଉପସଭାପତି ବଳଦେବ ଦାସ, କୋଷାଧ୍ୟକ୍ଷ ସନାତନ ବରାଳ, ବରିଷ୍ଠ ସଦସ୍ୟ ସେକ୍ ଅବଦୁଲ ମୁକ୍ତାଦିର, ଜଗବନ୍ଧୁ ଦାସ, ଅଶୁତୋଷ ବଳ, ଶିବ ପ୍ରସାଦ ସ୍ୱାଇଁ ,ବିଶ୍ୱଜିତ ମହାପାତ୍ର, ଅବଦୁଲ ଓା୍ୱହିଦ ଖାନ୍‌,ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ସ୍ୱପ୍ନ ଫାଉଣ୍ଡେସନ ଦ୍ୱାରା ପ୍ରଦତ ମାନପତ୍ର ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମ୍ମାନୀତ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ