ଦୁଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ଉଦ୍ଘାଟନ କଲେ କ୍ଷତ୍ରିୟବରପୁର ସରପଞ୍ଚ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରପଞ୍ଚ କମଳ କୁମାରୀ ପ୍ରଧାନ ଆଜି ମାଆ ବୁଢାକେନ୍ଦୁ କଲ୍ୟାଣ ମଣ୍ଡପ ସହିତ କ୍ଷତ୍ରିୟବରପୁର ଏବଂ ଆମ୍ବଡୋଳି ଠାରେ ଦୁଇଟି ଅଙ୍ଗନୱାଡ଼ି କେନ୍ଦ୍ର ଉଦ୍ଘାଟନ କରିଛନ୍ତି I ଆଜି କ୍ଷତ୍ରିୟବରପୁର ପଂଚାୟତର ପ୍ରାକ୍ତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାସଙ୍କ ପୌରୋହିତ୍ୟରେ ଉଦ୍ଘାଟିକା ରୂପେ କମଳ କୁମାରୀ ପ୍ରଧାନ ଯୋଗ ଦେଇ ମାଆ ବୁଢାକେନ୍ଦୁ କଲ୍ୟାଣ ମଣ୍ଡପ ଉଦ୍ଘାଟନ କରିବା ସହିତ ସହିତ ଆମ୍ବଡୋଳି ଠାରେ ଏକ ଅଙ୍ଗନୱାଡ଼ି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ I ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ୪୮ ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ସଭ୍ୟ ସୁଧୀର କୁମାର ଜେନା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ସ୍ଥାନୀୟ ନାଏବ ସରପଞ୍ଚ ଭରତ ବିଷୋୟୀ ଉପସ୍ଥିତ ଥିଲେ I ସେହିପରି ମହନ୍ତ ରାମକୃଷ୍ଣ ଦାସଙ୍କ ପୌରୋହିତ୍ୟରେ କ୍ଷତ୍ରିୟବରପୁର ଅଙ୍ଗନୱାଡି କେନ୍ଦ୍ର-2 ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉଦ୍ଘାଟିକା ରୂପେ ସରପଞ୍ଚ ଶ୍ରୀମତୀ ପ୍ରଧାନ, ମୁଖ୍ୟ ଅତିଥି ରୂପେ ଜିଲ୍ଲାପରିଷଦ ସଭ୍ୟ ଶ୍ରୀ ଜେନା, ସମ୍ମାନୀତ ଅତିଥି ରୂପେ ନାଏବ ସରପଞ୍ଚ ଶ୍ରୀ ବିଷୋୟୀଙ୍କ ସମେତ ସ୍ଥାନୀୟ ୱାର୍ଡସଭ୍ୟ ଅଜିତ୍ କୁମାର ତ୍ରିପାଠୀ ଉପସ୍ଥିତ ଥିଲେ I ଅନ୍ୟମାନଙ୍କ ମଧ୍ୟରେ ଦେବରାଜ ସ୍ଵାଇଁ, ମଦନମୋହନ ସ୍ୱାଇଁ,ବିକ୍ରମ ଗୌଡ଼, ଶିଶିର ପ୍ରଧାନ,ଦୋଳଗୋବିନ୍ଦ ବିଷୋୟୀ , ବିଟି ସ୍ୱାଇଁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ।


