ଵହଳଦା ବ୍ଳକ କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବି ନେଇ ବ୍ଳକ କାର୍ଯ୍ୟାଳୟ ଘେରାଉ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଜ୍ଯର ବିଭିନ୍ନ ବ୍ଲକରେ ବ୍ୟାପକ ଦୁର୍ନୀତି ଓ ଜନମାରଣ ନୀତି ନେଇ ପ୍ରଦେ ତମଶ କଂଗ୍ରେସ କମିଟି ନିର୍ଦ୍ଦେଶକ୍ରମେ ବହଳଦା ବ୍ଳକ କଂଗ୍ରେସ କମିଟି ତରଫରୁ ଜିଲ୍ଲା ସଂପାଦକ ଆଡଭୋକେଟ ଶ୍ରୀ ହରିଚରଣେ ସାହୁଙ୍କ ନେତୃତ୍ୱରେ ଵହଳଦା ବ୍ଳକ ସମ୍ମୁଖରେ ୯ ଦଫା ଦାବି ନେଇ ଘେରାଉ କରାଯାଇଥିଲା । ଦାଵିଗୁଡିକ ହେଲା ଶ୍ଳୋକରେ ବ୍ୟାପକ ପିସି କାରବାର,ଆବାସ ଯୋଜନାରେ ପ୍ରିୟାପ୍ରିତି ତୋଷଣ,ଚାଷୀ ଭାରତ,ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି,ଟାଟା କମ୍ପାନୀର ଗ୍ରାହକ ମାରଣନୀତି, ଅହେତୁକ ବିଜୁଳି କର ବୃଦ୍ଧି ଘନ ଘନ ଵିଦ୍ଯୁତ କାଟ,ନାରୀ ନିର୍ଯାତନା ବୃଦ୍ଧି, ଜମିକୁ ଜଳ ନାହିଁ,ଶୀତଳ ଭଣ୍ଡାର ନାହିଁ, ଶିଳ୍ପାୟନ ନାହିଁ, ବେକାରଙ୍କ ହାତରେ କାମ ନାହିଁ,ଦାଦନ ସଂଖ୍ୟା ବୃଦ୍ଧି,୫ ଟି ସ୍କୁଲ ଓ ହସ୍ପିଟାଲରେ ନିର୍ମାଣରେ ବ୍ୟାପକ ଦୁର୍ନୀତି,ନବୀନ ଯୋଜନା ୫୦ ଲକ୍ଷ ସିଧା ଗ୍ରାମ ସଭା ଅନୁସାରେ କରିବା ଇତ୍ୟାଦି ।ଦଳୀୟ କର୍ମୀ ପଣ୍ଡିତ ରଘୁନାଥ ମୁର୍ମୁ ବାଇପାସ୍ ଛକରୁ ବାହାରି ବ୍ଳକ କାର୍ଯ୍ୟାଳୟ ଆସିଥିଲେ ।ସେଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ବକ୍ତବ୍ୟ ରଖିଥିଲେ ।ପରେ ବିଡ଼ିଓଙ୍କ କାର୍ଯ୍ୟାଳୟରେ ବିଡ଼ିଓ ସୁଶ୍ରୀ ନୁପୁର ଚାନଗୋଟିଆଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୯ ଦଫା ଦାବି ସମ୍ବଳିତ ଲିଖିତ ଦାବିପତ୍ର ପ୍ରଦାନ କରିବା ସହ ଵହଳଦା ବ୍ଳକର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ ।ଭିଡିଓ ମାଡାମ କହିଥିଲେ ଵହଳଦାର ଯେକୌଣସି ସମସ୍ୟା ଅଛି ମୋ ସହିତ ସିଧାସଳଖ ଆଲୋଚନା କଲେ ତାହାର ସମାଧାନ ପାଇଁ ଚେଷ୍ଟା କରିବି । ଏଥିରେ ରାଜ୍ୟ ପିସିସି ସଦସ୍ୟ ତଥା ରାଇରଙ୍ଗପୁର ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ଭଜହରି ମହାନ୍ତ,ଯୁବ ସଭାପତି କାମେଶ୍ବର ସୋରେନ, ଅର୍ଜୁନ ସାହୁ, ପ୍ରଭାକର ଦାସ,ଦିଲିପ ଦାସ,ଗୌରହରି ପ୍ରମାଣିକ,ଲଳିତ ମହାନ୍ତ,ସେକ୍ ଇନ୍ତେକାମ,ଜମ୍ବୁ ପରିଡ଼ା,ଜିଲ୍ଲା ଏହି ସେଲ ସଭାପତି ଭାଗିରଥି ପାତ୍ର,ଶ୍ରୀମନ୍ତ ବଶା,ଦିଵ୍ଯଶଚୀ ମହାନ୍ତ,ଏମଡି ଅବିଦ ହୁସେନ, ଜଗବନ୍ଧୁ ଦାସ, ଦୁର୍ଲଭ ମାଝୀ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।ଦିର୍ଘ ବର୍ଷ ପରେ ଦଳୀୟ କର୍ମୀ ଏକାଠି ହୋଇଥିବାରୁ କର୍ମି ମହଲରେ ଉତ୍ସାହ ଖେଳି ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ