ବିଜେଡି ର ସାଙ୍ଗଠନିକ ବୈଠକ ଓ ଫାଇଭି ଟି ସଚିବଙ୍କ ପୋଲସରା ଗସ୍ତ ନେଇ ଆଲୋଚନା

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିରଞ୍ଚିନାରାୟଣ କଲ୍ୟାଣ ମଣ୍ଡପରେ ଅଗଷ୍ଟ ୨୨ ତାରିଖ ଦିନ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ସହ ଅଗଷ୍ଟ ୨୬ ତାରିଖ ଦିନ ଫିଇଭି ଟି ସଚିବଙ୍କ ପୋଲସରା ଗସ୍ତ ବିଷୟରେ ଆଲୋଚନା ହୋଇଯାଇଛି । ବୁଗୁଡା ବ୍ଲକ ବିଜେଡ଼ି ସଭାପତି ମଦନଗୋପାଳ ଦୋରା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବୁଗୁଡା ବ୍ଲକର ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ବିଷୟ ନେଇ ଆଲୋଚନା ହୋଇଥିଲା । ବ୍ଲକର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧଖୋଲ, ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର, ଶ୍ରୀ ବଳଦେବ ଜୀଉ ମନ୍ଦିର ଓ ମା ସାଙ୍କୁଳେଇ ମନ୍ଦିରର ଉନ୍ନତି ନିମନ୍ତେ ରାଜ୍ୟ ସରକାରଙ୍କ ଅନୁଦାନ ସଂପର୍କରେ ଆଲୋଚନା ହୋଇଥିଲା। ବିଜୁ ଜନତା ଦଳର କର୍ମୀ ବୃନ୍ଦ ଶୃଙ୍ଖଳିତ ଭାବେ ସମସ୍ତ କାର୍ଯ୍ୟ କରୁଥିବା ଯୋଗୁଁ ଷଷ୍ଠ ଥର ପାଇଁ ରାଜ୍ୟରେ ବିଜେଡି ସରକାର ଗଠନ କରିବା ନେଇ ବିଧାୟକ ଶ୍ରୀ ସାହୁ ଦୃଢୋକ୍ତି ପ୍ରକାଶ କରିବା ସହ ସାରା ଭାରତ ବର୍ଷରେ ଓଡିଶା ଏକ ମଡେଲ ରାଜ୍ୟ ରୁପେ ପରିଗଣିତ ହୋଇଥିବା ନେଇ ପ୍ରକାଶ କରିଥିଲେ । ଗ୍ରାମର ଜଳ ସେଚନ ପ୍ରକଳ୍ପ ନିର୍ମାଣ, ମନ୍ଦିର ନିର୍ମାଣ ସହିତ ଅନ୍ୟାନ୍ୟ କାର୍ଯ୍ୟ ନେଇ ଲୋକଙ୍କ ପକ୍ଷରୁ ଦରଖାସ୍ତ ମାଧ୍ୟମରେ ଫାଇଭି ଟି ସଚିବ ଙ୍କୁ ଆବେଦନ କରିବାକୁ ପ୍ରସ୍ତାବ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବୁଗୁଡା ନଗରପାଳ ଚିତ୍ରସେନ ପ୍ରଧାନ, ଉପନଗରପାଳିକାଙ୍କ ପ୍ରତିନିଧି ସୁଧାଂଶୁ ଶେଖର ପାଢ଼ୀ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସାଂସଦ ପ୍ରତିନିଧି କବିରାଜ ଗୌଡ, କିଶୋର ଚନ୍ଦ୍ର ବେହେରା, ବସନ୍ତ କୁମାର ଦଳେଇ, ନଗର ସଭାପତି କେ ତ୍ରିଲୋଚନ ଦୋରା, ମୁକୁନ୍ଦ ନାୟକଙ୍କ ସମେତ ବ୍ଳକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ