ଛାତରୁ ଖସିପଡ଼ି ପକ୍ଷାଘାତ ରୋଗୀ ମୃତ
ବାଲେଶ୍ଵର, (ସରୋଜ ପଣ୍ଡା):ଚାନ୍ଦିପୁର ଥାନା ପୁରୁଣା ବାଲେଶ୍ଵର ଗ୍ରାମର ଶଶିଧର ଭୂୟାଁ ଆଜି ଛାତରୁ ଖସିପଡ଼ି ମୃତ୍ୟୁ ହୋଇଛି। ଶଶିଧର ପକ୍ଷାଘାତରୋଗ ରେ ପୀଡ଼ିତ ଥିଲେ। ଚିକିତ୍ସା ପରେ ଧିରେ ଧିରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧାର ହେଉଥିବା ବେଳେ ଘର ଛାତରେ ଆଜି ବିନା ସାହାରାରେ ଚାଲୁଥିଲେ।ତେବେ ଭାରସାମ୍ୟ ହରାଇ ଶଶିଧର ଛାତରୁ ତଳକୁ ଖସିପଡିଲେ।ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ। ଚିକିତ୍ସାଳୟରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ ହୋଇ ମୃତଦେହକୁ ବ୍ୟବଚ୍ଛେଦ କରାଯାଇଛି।


