ବରାଙ୍ଗ ଛକରେ କମୁନିଟି ଲାଟିନ କାହାସ୍ୱାର୍ଥରେ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସମଣା ପଞ୍ଚାୟତର ବରାଙ୍ଗ ଛକରେ ନବ ନିର୍ମିତ କମୁନିଟ ଲାଟିନ ଦୀର୍ଘଦିନ ହେଲା ନିର୍ମାଣ ସରିଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଲାଗୁନି । ନିର୍ମାଣ ହେବା ଦିନଠାରୁ ଚାବି ପଡି ରହିଥିବାବେଳେ ଲୋକମାନେ ତାହାକୁ ବ୍ୟବହାର କରିପାରୁ ନାହାନ୍ତି । ଫଳରେ ସରକାରଙ୍କ ଏହି େଯୋଜନାର ଲକ୍ଷ ପୁରଣ ହୋଇପାରୁନି । କଣ ପାଇଁ ତାଲା ପଡିଛି ତାହା ମଧ୍ୟ ସ୍ଥାନୀୟ ଲୋକମାନେ ଜାଣିପାରୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ଜଗବନ୍ଧୁ କାଣ୍ଡିଙ୍କୁ ପଚଜାରିବାରେ ସେ କହିଛନ୍ତି ଯେ ଏହି ଲାଟିନିକୁ ବିଦୁ୍ୟତ ସଂଯୋଗ ହୋଇ ନଥିବାରୁ ପାଣିର ସୁବିଧା ହୋଇପାରରିନି । ସେଥିପାଇଁ ତାଲା ପକାଯାଇଛି । ଅଳ୍ପ ଦିନ ଭିତରେ ବିଦୁ୍ୟତ ସଂଯୋଗ କରାଯାଇ ପାଣିର ସୁବ୍ୟବସ୍ଥା କରାଯିବା ପରେ ତାଲା ଖୋଲାଯିବ ବୋଲି କହିଛନ୍ତି ।