ରାଇରଙ୍ଗପୁରରେ ତ୍ରିଦିବସୀୟ ଦିଵ୍ଯାଙ୍ଗ ପ୍ରଶିକ୍ଷଣ ଶିବିର ଉଦଯାପିତ

ରାଇରଙ୍ଗପୁର, (‘ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁର ଗୋଷ୍ଠୀ କାର୍ଯ୍ୟାଳୟ ଅଧିନସ୍ଥ ମ୍ୟୁନିସିପାଲଟି ଏବଂ ଵ୍ଳକର ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କୁ ଦିତୀୟ ପର୍ଯ୍ଯାୟରେ ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଦିଵ୍ଯାଙ୍ଗ ପିଲାଙ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଓ ସାମର୍ଥ୍ୟ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ତ୍ରିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ସେବା ନିବୃତ ପ୍ରଧାନ ଶିକ୍ଷକ ସୁଶାନ୍ତ ପରୀକ୍ଷା, ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଋଶିପ୍ରଭା ମହାନ୍ତ,ଗୋଷ୍ଠୀ ସମ୍ବଳ ଶିକ୍ଷକ ମହେଶ ମହାପାତ୍ର, ଅରବିନ୍ଦ କୁମ୍ଭକାର ଉକ୍ତ ଶିବିରକୁ ଉଦଘାଟନ କରିଥିଲେ ।ତାଲିମ ପ୍ରାପ୍ତ ଶିକ୍ଷକ ଅନୁପ କୁମାର ଗୁପ୍ତା,ଜ୍ଯୋତିବସୁ ଭଂଜ,ସାଗରିକା ପଣ୍ଡା ପ୍ରମୁଖ ୫୦ ଜଣ ଶିକ୍ଷକ / ଶିକ୍ଷୟତ୍ରୀଙ୍କୁ ନିଜ ନିଜ ବିଦ୍ୟାଳୟ ସ୍ତରରେ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଚିହ୍ନଟ କରଣ ନିମନ୍ତେ ସମସ୍ତ ୨୧ ଟି ଦିଵ୍ଯାଙ୍ଗ ପ୍ରକାର ଓ ପ୍ରତିକାର ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ଶିକ୍ଷକ ମାନଙ୍କ ଦ୍ଵାରା ଅନ୍ତର୍ନିବେଶୀ ଶ୍ରେଣୀ ପରିଚାଳନା ନିମନ୍ତେ ଡେମୋନଷ୍ଟ୍ରେଟର କାର୍ଯ୍ୟ କରିଥିଲେ ।ଦିବ୍ଯାଙ୍ଗ ପିଲାମାନେ କିଭଳି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ସେ ବିଷୟରେ ମତ ରଖିଥିଲେ ।ଉଦଯାପନୀ ଦିବସରେ ଆଲୋଚ୍ୟ ଏହି ପ୍ରକାର ପିଲାଙ୍କ ପାଇଁ ଶିକ୍ଷକ,ଅଭିଭାବକ ଓ ଗ୍ରାମବାସୀ ସଚେତନତା ଉଦ୍ଦେଶ୍ୟରେ ସମସ୍ତଙ୍କୁ ତଥ୍ୟ ଯୋଗାଇଥିଲେ ।ଉକ୍ତ ପିଲାମାନଙ୍କୁ ସରକାରୀ ଭାବରେ ମିଳୁଥିବା ବିଭିନ୍ନ ପ୍ରକାର ସହାୟକ ଭତ୍ତା, ଯାତାୟାତ ଭତ୍ତା,ପାଠ୍ୟ ଉପକରଣ ବାଣିଶ୍ରୀ,ରିଡର୍ ଆଲଉନ୍ସ ଓ ଟ୍ରାଇ ସାଇକେଲ,ହୁଇଲ ଚେୟାର,ଆଶାବାଡି, ସୁବିଧାରେ ମିଳିପାରିବ ସେମାନଙ୍କୁ ଅବଗତ କରାଯାଇଥିଲା ।ତଦସହ ଉପକରଣ ଗୁଡ଼ିକର ଯତ୍ନ ଓ ବ୍ୟବହାର ଉପରେ ତାଲିମ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ