ବଜ୍ରପାତରେ ତାଳସାକର ଗ୍ରାମର ତିନିଜଣ ଆହାତ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଳକ ଅନ୍ତର୍ଗତ ଖୋଳଖାଳି ପଞ୍ଚାୟତର ତାଳସାକର ଗ୍ରାମର ଧୋବାସାହିରେ ବଜ୍ରପାତରେ ତିନିଜଣ ଆହତ ହୋଇଥିବା ଜଣାପଡିଛି। ତାଳସାକର ଗ୍ରାମର ଚନ୍ଦ୍ର ସେଠୀଙ୍କ ମାଆଙ୍କର ସୁଧିକ୍ରିୟା ଚାଲିଥିବା ବେଳେ ସେପ୍ଟେମ୍ବର ଦୁଇ ତାରିଖ ଅପରାହ୍ନରେ ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଥିଲା। ଯାହାଫଳରେ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଚନ୍ଦ୍ର ସେଠୀ ନିଜ କୁଡିଆ ଘରରେ ଜରିପାଲ ଢାଙ୍କୁଥିଲେ। ଏହି କାର୍ଯ୍ୟରେ ତାଙ୍କୁ ତାଙ୍କ ଭଉଣି ଓ ଭିଣୋଇ ସହଯୋଗ କରିଥିଲେ। ସେହି ସମୟରେ ଅଚାନକ ବଜ୍ରପାତ ଘଟି ଚନ୍ଦ୍ରଙ୍କ ସମେତ ତାଙ୍କ ଭିଣୋଇ ଓ ଭଉଣି ଆହତ ହୋଇଥିଲେ। ସେହି ତିନି ଜଣଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଚିକିତ୍ସା ପରେ ତିନି ଜଣଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣାପଡିଛି।