ବଜ୍ରାପାତରେ ମଇଁଷି ମୃତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଳଦାରୀ ଗ୍ରାମ ନିକଟସ୍ଥ ଦେବୀନଦୀ ପଠାରେ ଶନିବାର ଅପରାହ୍ନରେ ବ୍ରଜପାତ ଘଟି ଗୋଟିଏ ମଇଁଷିର ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନା ଅନୁସାରେ ଦେବୀଦୋଳ ଗ୍ରାମର ମୀନକେତନ କାଠୁଆ ନିଜର ମଇଁଷିଙ୍କୁ ନେଇ ଦେବୀନଦୀ ପଠାରେ ଚରାଉଥିଲେ। ହଠାତ୍ ପ୍ରବଳ ଜୋରରେ ଘଡ଼ଘଡ଼ି ସହିତ ମେଘ ହୋଇଥିଲା। ଯାହାଫଳରେ ମୀନକେତନଙ୍କ ଗୋଟିଏ ମଇଁଷି ଉପରେ ଘଡ଼ଘଡ଼ି ପଡିବା ଦ୍ଵାରା ମଇଁଷିର ମୃତ୍ଯୁ ଘଟିଛି। ମୀନକେତନ ମଇଁଷିଙ୍କ କ୍ଷୀର ବିକ୍ରୀ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଇଥାଏ। ବ୍ରଜପାତରେ ମଇଁଷିର ମୃତ ହେବା ଦ୍ଵାରା ମୀନକେତନଙ୍କ ଅପୂରଣୀୟ କ୍ଷତି ଘଟିଛି। ତାଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି।


