ବିଦାୟ କାଳୀନ ସଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଗୋଟିଏ ବିଦ୍ୟାଳୟରେ ଦୀର୍ଘ ୩୧ ବର୍ଷ ଧରି ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀଙ୍କ ଶିକ୍ଷାଦାନରେ ଅ‍ାଜିଠୁଁ ପୂର୍ଣ୍ଣଚ୍ଛେଦ ପଡିଳା ବୋଲି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମଠଡିହ ନୋଡାଲ ଉଚ୍ଚ ବିଦ୍ୟାଳୟରେ ସେବା ନିବୃତ୍ତ ଶିକ୍ଷୟିତ୍ରୀ ସୁରମା ସୁନ୍ଦରୀ ସାହୁଙ୍କ ବିଦାୟ କାଳୀନ ସଭାରେ ବକ୍ତା ମାନେ ମତ ପୋଷଣ କରିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବନିତା ପୃଷ୍ଟିଙ୍କ ଅଧ୍ୟକ୍ଷତା ଓ ରଞ୍ଜିବ କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭାରେ ଧୂଷୁରୀ ମୂରଲୀଧର ହାଇସ୍କୂଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ହୋତା, ଓଳଗ ସରପଞ୍ଚ ପ୍ରଫୁଲ୍ଲ ବେହେରା, ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଦ୍ୟାଧର ସାହୁ, ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରକ୍ଷାକର ବିଶ୍ବାଳ, ପୂର୍ବତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦେବବ୍ରତ ରାଉତ, ନିକୁଞ୍ଜ ବିହାରୀ କର, ମଙ୍ଗୁଳି ସେଠୀ,ପହଣା ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତ ରଞ୍ଜନ ମହାନ୍ତି, ମୋସ୍କୁଲ ଅଭିଯାନ କମିଟି ଅଧ୍ୟକ୍ଷ ଦୀପ୍ତି ରଂଜନ ନାୟକ ପ୍ରମୁଖ ବିଦାୟ କାଳୀନ ସମ୍ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ମିନତି ଲତା ପାକଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରିଶେଷରେ ବିଦାୟୀ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ