ସାପ କାମୁଡାରେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଲା ଗାଁ ଗ୍ରାମର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କ ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣା ପଡିଛି. ମୃତକ ଜଣକ ହେଲେ ରଘୁନାଥ ନାୟକ. ସୂଚନା ଅନୁସାରେ, ରଘୁନାଥ ନାୟକ ସକାଳୁ ବିଲକୁ ସାର ପକେଇବାକୁ ଯାଇଥିଲେ. ସାର ପକାଇବା ସହ ବିଲ ହିଡ଼ରୁ ଅନାବାନ ଗଛ କାଟିବା ସମୟରେ ତାଙ୍କ ଗୋଡ଼କୁ ଏକ ବିଷଧର ସାପ କାମୁଡି ଦେଇଥିଲା. . ତାପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଗୁରାଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ରକୁ ରଘୁନାଥ ନାୟକଙ୍କୁ ନିଆ ଯାଇଥିଲା.ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଭର୍ତ୍ତି କରାଯାଇଥିଲା. ସେଠାରେ ତାଙ୍କର ଗୁରୁତର ଅବସ୍ଥାରେ ମୃତ୍ୟୁ ଘଟିଥିଲା.


