କୂଅ ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସଦର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ର ବାଲିଢେପ ସାହିର ଜଣେ ଯୁବକ କୂଅରେ ପଡ଼ି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ ଘନଶ୍ୟାମ ବେହେରା (୩୨) ବୋଲି ସୂଚନା ମିଳିଛି। ଖବର ପ୍ରକାରେ ଘନଶ୍ୟାମ ଶୁକ୍ରବାର ସକାଳୁ ଘରୁ ବାହାରି ଆଉ ଫେରିନଥିଲେ।ଘର ଲୋକ ଆଖ ପାଖ ଅଞ୍ଚଳ ଖୋଜା ଖୋଜି କରିଥିବା ବେଳେ ପାଇଲେ ନାହିଁ। ଶନିବାର ଦିନ ୧୦ଟା ସମୟରେ ଗାଁ ଲୋକେ ଜାଣିବାକୁ ପାଇଲେ ବାଲିଢେପ ସାହି ଭୈରବୀ ମନ୍ଦିର ନିକଟସ୍ଥ କୂଅ ରେପଡ଼ିଥିବା ଦେଖି ସରପଞ୍ଚ ଙ୍କୁ ଖବର ଦେଇଥିଲେ।ସରପଞ୍ଚ ଜି ଝିଲି ରେଡ୍ଡୀ ଏବଂ ପ୍ରତିନିଧି ଏସ ପ୍ରଶାନ୍ତ ରେଡ୍ଡୀ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ , ବ୍ରହ୍ମପୁର ସଦର ଥାନା ଏବଂ ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ଖଲିଙ୍ଗି ରାଜସ୍ବ ନୀରିକ୍ଷକ ଙ୍କୁ ଖବର ଦେଇଥିଲେ। ଅଗ୍ନିଶମକର୍ମଚାରୀ ପହଞ୍ଚି ମୃତ ଯୁବକ ଘନଶ୍ୟାମ ବେହେରା କୁ କୂଅରୁ ଉଦ୍ଧାର କରିଥିବା ବେଳେ ସଦର ଥାନା ପୋଲିସ ଉଦ୍ଧାର ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡ଼ିଛି।