ସେବା ସମବାୟ ସମିତି କର୍ମଚାରୀ ସଂଘ ବନ୍ତ ଶାଖାର ବୈଠକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ପଧାନପଡା ସେବା ସମବାୟ ସମିତି ପରିସରରେ ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘ ବନ୍ତ ଶାଖାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ନାରାୟଣ ଚନ୍ଦ୍ର ଜେନାଙ୍କ ପରିଚାଳନାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ବାଲେଶ୍ୱର-ଭଦ୍ରକ ଜିଲା ସେବା ସମବାୟ ସମିତି କର୍ମଚାରୀ ସଂଘର ସଭାପତି ନିରଞ୍ଜନ ସାହୁ, ସମ୍ମାନୀତ ଅତିଥି ଓଡିଶା ସମବାୟ ସମିତି କର୍ମଚାରୀ ମହାମଞ୍ଚର କାର୍ଯ୍ୟକାରୀ ସଂପାଦକ ଶରତ ଚନ୍ଦ୍ର ସେଠୀ ଯୋଗ ଦେଇଥିଲେ । ଏହି ଅବସରରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା । ବୈଠକରେ ଦୀର୍ଘ ଦିନ ଧରି ଚାଲିଥିବା ସମସ୍ତ ବର୍ଗର କର୍ମଚାରୀଙ୍କ ସମସ୍ୟା, କ୍ୟାଡର ରୁଲ୍‌, କାର୍ଯ୍ୟପନ୍ଥା, ନିୟମାବଳୀ ସଂପର୍କରେ ଆଲୋଚନା ହୋଇଥିଲା । ପ୍ରାରମ୍ଭରେ କର୍ମଚାରୀ ସଂଘ ବନ୍ତ ଶାଖା ତଥା ପଧାନପଡା ସମିତିର ସଂପାଦକ ନାରାୟଣ ଚନ୍ଦ୍ର ସାହୁ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ । ବୈଠକରେ ଶାଖା କୋଷାଧ୍ୟକ୍ଷ ମାନସ କୁମାର ପଣ୍ଡା, ସମ୍ପାଦକ କାମିନୀକାନ୍ତ ପଣ୍ଡା, ବିବେକାନନ୍ଦ ବିଶ୍ୱାଳ, ଈଶ୍ୱର ଜେନା, ସହ ସଂପାଦକ ଅଶୋକ ସାହୁ, ରମେଶ ବାରିକ, ଶୁଭେନ୍ଦୁ ପ୍ରଧାନ, ଡିଇଓ ଦୀପକ ବାରିକ, ଅନିଲ ପାତ୍ର, କର୍ମଚାରୀ ପର୍ଶୁରାମ ପାତ୍ର, ପରେଶ ନାୟକଙ୍କ ସମେତ ୧୧ ସମିତିର କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ