ପୂର୍ବତନ ଵାଚଷ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ମର ଶରୀର ରେ ପୁଷ୍ପ ମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ବିଧାୟକ
ଛତ୍ରପୁର, (ଦେବଦତ୍ତ ମହାରଣା):ବରିଷ୍ଠ ବିଧାୟକ ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଗତକାଲି ଦେହାନ୍ତ ଘଟିଛି । ୭୪ ବର୍ଷ ବୟସରେ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି । ଅନେକ ଦିନରୁ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ସୂର୍ଯ୍ୟ । ଗତକାଲି ସନ୍ଧ୍ୟା ୭ଟା ୨୧ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳ ନେତା ମାନେ ସ୍ବର୍ଗତ ପାତ୍ରଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିଛନ୍ତି । ଏହା ତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଥମେ ତାଙ୍କ ମରଶରୀରକୁ ଶଙ୍ଖ ଭବନକୁ ନିଆଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା । ପରେ ବିଧାନସଭା ପରିସରରେ ଗାର୍ଡ ଅଫ ଅନର ପ୍ରଦାନ କରାଯିବ । ଏହାପରେ ତାଙ୍କର ନିଜ ନିର୍ବାଚନ ମଣ୍ଡଳୀ ଦିଗପହଣ୍ଡିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ କରାଯିବା ନିମନ୍ତେ ଭୁବନେଶ୍ୱର ରୁ ଏକ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା, ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ର ଡିଆରଡିଏ ଛକ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ପକ୍ଷରୁ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଙ୍କ ସମେତ ବହୁ ଦଳୀୟ ନେତୃମଣ୍ଡଳୀ, ଜନ ପ୍ରତିନିଧି ଏବଂ କର୍ମୀ ମାନେ ସ୍ବର୍ଗତ ପାତ୍ର ଙ୍କ ମର ଶରୀର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ଏହା ସହିତ ତାଙ୍କର ଅମର ଆତ୍ମା ର ସଦଗତି କାମନା କରିଛନ୍ତି, ଏହି ଅଵସର ରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା,ବରିଷ୍ଠ ବିଜେଡି ନେତା ବିଶ୍ୱନାଥ ସାହୁ,ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ନଗର ବିଜେଡି ସଭାପତି ଵି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, ଯୁବ ବିଜେଡିଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଯୁବ ବିଜେଡି ଛତ୍ରପୁର ନଗର ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଜିଲ୍ଲାପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ଶ୍ରୀରାମ ଚନ୍ଦ୍ର ପୁର ସମିତି ସଭ୍ୟ ଏସ. ଚକ୍ରପାଣି ରେଡ୍ଡୀ,ପୋଟଲାମପୁର ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ,ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଯୁବ ନେତା କିଶୋର ବେହେରା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ ଙ୍କ ସମେତ ବହୁ ଆଇନଜୀବୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ


