ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅଧିନସ୍ଥ ପାଲୂର୍ ଜଙ୍କସନ ରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି ।ପ୍ରଭୁ ଶ୍ରୀ କୃଷ୍ଣ ଙ୍କ ଜନ୍ମ ତିଥିରେ ସମସ୍ତ ଭାରତ ବର୍ଷ ଜନ୍ମାଷ୍ଟମୀ ରୂପେ ପ୍ରତିବର୍ଷ ଏହି ପର୍ବ କୁ ପାଳନ କରନ୍ତି । ପ୍ରତି ବର୍ଷ ପରି ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ରେ ମଧ୍ୟ ଜନ୍ମାଷ୍ଟମୀ ପରି ପବିତ୍ର ପର୍ବ ପାଳନ କରାଯାଇଅଛି। ବିଦ୍ୟାଳୟ ର କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଓ ରାଧା ବେଶ ରେ ପରିବେଷ୍ଟିତ ହୋଇ ଜନ୍ମାଷ୍ଟମୀ ର ସୌନ୍ଦର୍ଯ୍ୟ କୁ ଆହୁରି ବଢ଼ାଇଥିଲେ। ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଓ ଗୁରୂମ ବୃନ୍ଦ ଙ୍କ ସାହାର୍ଯ୍ୟ ରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନିକଟବର୍ତ୍ତୀ ଗ୍ରାମ ବେଲ୍ଲପଡ଼ା ରେ ଥିବା ରାଧାକୃଷ୍ଣ ମନ୍ଦିର କୁ ନିଆଯାଇଥିଲା ।ଏବଂ ଭକ୍ତି ପୂର୍ଣ୍ଣ ସହ ଶ୍ରୀ କୃଷ୍ଣ ଙ୍କ ପୂଜା ସମ୍ପନ୍ନ କରାଯାଇଥିଲା। ପୂଜା ସମ୍ପନ୍ନ ହେବା ପରେ ନୃତ୍ୟ ଓ ଅଭିନୟ କାର୍ଯ୍ୟକ୍ରମ କରାଯାଇଥିଲା ଯଥା କୃଷ୍ଣ ଲୀଳା ଏବଂ ରାଧାକୃଷ୍ଣ ଭଜନ ରେ କୁନି କୁନି ବେଶରେ ଥିବା ଛାତ୍ର ଛାତ୍ରୀ ମାନେ ଅଭିନୟ କରିଥିଲେ । ଗ୍ରାମ ବାସୀ ମନେ କୁନି କୁନି ପିଲାଙ୍କ ନାଚ ଗୀତ ଓ ଅଭିନୟ କୁ ପ୍ରଶଂସା କରିବା ସହ ବିଦ୍ୟାଳୟକୁ ଧନ୍ୟ ବୋଲି ବିବେଚନା କରି କହିଥିଲେ ଯେ ପ୍ରତ୍ୟେକ ବିଦ୍ୟାଳୟ ଏପରି ହେବା ଆବଶ୍ୟକ ଯାହାକି ଭାରତ ବର୍ଷ ର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖିଛି ।ଏପରି ମତ ରଖିବା ସହିତ ଗ୍ରାମବାସୀ ବିଦ୍ୟାଳୟ କୁ ଧନ୍ୟବାଦ୍ ଜଣାଇଛନ୍ତି ।ଉକ୍ତ କାର୍ଯ୍ୟକ୍ରମ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଙ୍କ ଉପସ୍ଥିତି ରେ ପ୍ରଧାନ ଆଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥି ଏବଂ ଅନ୍ୟ ଗୁରୁଜୀ ଓ ଗରୁମା ବୃନ୍ଦ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ଏବଂ ଶେଷ ରେ ପ୍ରମୋଦ ଗୁରୁଜୀ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ