ସ୍ୱାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅଧିନସ୍ଥ ପଲୁର୍ ଜଙ୍କସନ୍ ଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଓ ଶ୍ରୀଯୁକ୍ତ ରଞ୍ଜନ କୁମାର ନାହକ ଙ୍କ ତତ୍ତ୍ଵାବଧାନରେ ରେ କାର୍ଯ୍ୟ ତି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟ ରେ ଅତିଥି ରୂପେ ଗୋପାଳ କୃଷ୍ଣ ମହାବିଦ୍ୟାଳୟ ର ଅଧ୍ୟାପିକା ଶ୍ରୀମତୀ ସନ୍ତୋଷିନି ନାୟକ ମୁଖ୍ୟ ଅତିଥି ଏବଂ ଗୋପାଳ କୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ବିଶ୍ବାଳ ଯୋଗ ଦେଇଥିଲେ । ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ସଂସ୍କୃତି ଓ ପରମ୍ପରା ସହିତ ଆଧୁନିକ ଯୁଗର ବିଜ୍ଞାନ ସହ ମଧ୍ୟ ତାରତମ୍ୟ ରାଖୀ ଆସିଅଛି ଏବଂ ଆଗାମୀ ଦିନରେ ରେ ମଧ୍ୟ ଏହା ଜାରି ରଖିବ। ବିଦ୍ୟାଳୟ ର ଅରୁଣ ଶ୍ରେଣୀ ଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ବିଜ୍ଞାନ ମେଳା ରେ ଭାଗ ନେଇଥିଲେ । ଛାତ୍ର ଓ ଛାତ୍ରୀ ମାନେ ଏହା ପ୍ରମାଣ କରିଛନ୍ତି ଯେ ବିଜ୍ଞାନ ଏକ ଅଦୃଶ୍ୟ ଏବଂ ଜୀବନ୍ତ ଓ ଏହା ପ୍ରମାଣ କରିଛନ୍ତି ଯେ ବିଜ୍ଞାନ ନିତିଦିନିଆ ଜୀବନଶୈଳୀ କୁ କିପରି ସହଜ କରିପାରିଛି । ଏହି ବିଜ୍ଞାନ ମେଳା ରେ ମୋଟ ୪୫ ଜଣ ଛାତ୍ର ଛାତ୍ରୀ ମାନେ ଭାଗ ନେଇଥିଲେ ।ତନ୍ମଧ୍ୟରୁ ପ୍ରଥମ ସ୍ଥାନ ,ଦ୍ଵିତୀୟ ସ୍ଥାନ ଏବଂ ତୃତୀୟ ସ୍ଥାନ ଏହିପରି ଭାବେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ସେଥିମଧ୍ୟରୁ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ହେଲେ ଓମ୍ ନାହକ (ଅରୁଣ ଶ୍ରେଣୀ ), ଜୟସେନ ବେହେରା (ଉଦୟ ଶ୍ରେଣୀ), ରଜେଶ୍ୱରି ରେଡ୍ଡୀ (ଦ୍ଵିତୀୟ ଶ୍ରେଣୀ),ଶୁଭମ୍ ନାହକ (ଚତୁର୍ଥ ଶ୍ରେଣୀ)। ଦ୍ଵିତୀୟ ସ୍ଥାନ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ଆୟୁଷ ନାହକ (ତୃତୀୟ ଶ୍ରେଣୀ),ମୋନାଲିସା ନାହକ (ତୃତୀୟ ଶ୍ରେଣୀ),ଏସ . ଦମୟନ୍ତୀ ପ୍ରଧାନ (ଚତୁର୍ଥ ଶ୍ରେଣୀ) , ଏସ ଦମୟନ୍ତୀ ପ୍ରଧାନ (ଚତୁର୍ଥ ଶ୍ରେଣୀ ) । ଏବଂ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ହେଲେ ଅଙ୍କିତ୍ ମହାକୁଡ଼ (ପ୍ରଥମ ଶ୍ରେଣୀ ) ,ପ୍ରତ୍ୟୁଷ ପାତ୍ର (ଦ୍ଵିତୀୟ ଶ୍ରେଣୀ ),ଆଶା ସେଠି (ଚତୁର୍ଥ ଶ୍ରେଣୀ ) ଛାତ୍ର ଛାତ୍ରୀ ମାନେ ପୁରସ୍କୃତ ହୋଇଥିଲେ । ଏବଂ ଶେଷ ରେ ମୁଖ୍ୟ ଅତିଥି ସନ୍ତୋଷିନି ନାୟକ ବିଜ୍ଞାନ କିପରି ଜୀବଜଗତ ପାଇଁ ଉପକାରୀ ଏବଂ ଅପକରି ତାହା ଛାତ୍ର ଛାତ୍ରୀ ମାନଙ୍କୁ ସରାଲିକୃତ କରିଥିଲେ ଯଥା ବିଜ୍ଞାନ ଦ୍ଵାରା ଆବିଷ୍କୃତ ପଦାର୍ଥ ବା ବସ୍ତୁ କୁ କିପରି ବ୍ୟବହାର କରିବା ତାହା ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମ ରେ ସୂଚନା ଦେଇଥିଲେ । ଏବଂ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଓ ଗରୁମ ବୃନ୍ଦ ସହଯୋଗ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଅଚାର୍ଯ୍ୟା ଶ୍ରୀମତୀ ସସ୍ମିତା ମହାରଥି ,ଶ୍ରୀଯୁକ୍ତ ପ୍ରମୋଦ କୁମାର ବାରିକ ,ଶ୍ରୀମତୀ ସ୍ଵପ୍ନ ରାଣୀ ପାତ୍ର , ସୁଶ୍ରୀ ଗୁରୁବାରି ବେହେରା , ସୁଶ୍ରୀ ପି. ସନ୍ଧ୍ୟା ପ୍ରଧାନ ,ଶ୍ରୀମତୀ ସୁରଭି ବିଶ୍ବାଳ ,ଅର୍ମତି ଦୀପ ସାହୁ ,ସୁଶ୍ରୀ ସୁନିତା ବେହେରା , ସୁଶ୍ରୀ ରୂପାଲି ମୁଦୁଲି, ସୁଶ୍ରୀ ମାମଲିି ସାହୁ ,ଏବଂ ସର୍ବ ଶେଷ ରେ ପ୍ରମୋଦ କୁମାର ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ