ଚମ୍ପାଘାଟି ରେ ଓଲଟିଲା କାଚ ବୋଝେଇ ଟ୍ରକ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଚମ୍ପାଘାଟି ରେ ଓଲଟିଲା କାଚ ବୋଝେଇ ଟ୍ରକ l ଏକ ଗଛକୁ ଧକ୍କା ଦେଇ ଟ୍ରକ ଟି ଓଲଟି ପଡ଼ିଥିବା ବେଳେ ଡ୍ରାଇଭର ଚାପି ହୋଇ ରହିଛନ୍ତି l ଟ୍ରକ ର ହେଲପର କୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ l ତେବେ ଚାପି ହୋଇ ରହିଥିବା ଡ୍ରାଇଭର କୁ ଉଦ୍ଧାର ପାଇଁ ମୋହନା ଓ ଆର.ଉଦୟଗିରି ଅଗ୍ନିଶମ ବାହିନୀ ପ୍ରୟାସ ଜାରି ରଖିଛନ୍ତି l ଟ୍ରକ ଟି ପାରଳାଖେମୁଣ୍ଡି ରୁ କାଚ ବୋଝେଇ କରି ଭୁବନେଶ୍ୱର ଯାଉଥିବା ବେଳେ ଭାରସାମ୍ୟ ହରାଇ ଚମ୍ପାଘାତିରେ ଓଲଟି ପଡ଼ିଥିଲା ଦୀର୍ଘ ୪ଘଣ୍ଟା ପରେ କୋଟର ମିସିନ ଦ୍ୱାରା କାଟି ଚାଳକ କୁ ଉଦ୍ଧାର କରି ଆର ଉଦୟଗିରି ମେଡିକାଲ ରେ ପ୍ରାଥମିକ ଚିକତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ପଠା ଯାଇଛି ଘଟଣା ସ୍ଥଳେ ସ୍ଥାନୀୟ ତହସିଲଦାର, ଥାନା ଅଧିକାରି, ଡ୍ରାଇଭର ସଂଘ ଉପସ୍ଥିତ ଥିଲେ


