ଛାତ୍ର ମାନଙ୍କୁ ଗଭୀର ସମୁଦ୍ରରୁ ନମୁନା ସଂଗ୍ରହ ପ୍ରଶିକ୍ଷଣ
ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏମଆଇଟି) ର ଭୁତତ୍ୱ ସ୍ନାତକୋତର ବିଭାଗର ମତ୍ସ ବିଜ୍ଞାନ ସମୁଦ୍ର ବିଜ୍ଞାନ ଅନୁସନ୍ଧାନ ପୋତ ସାଗର ସମ୍ପଦା ରେ ଡିସେମ୍ବର ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସେଡିମେଂଟ ଏବଂ ଅର୍ଗାନିକ ପଦାର୍ଥ ର ନମୁନା ସଂଗ୍ରହ ଟେକ୍ନିକ ସମ୍ବନ୍ଧରେ ପ୍ରଶିକ୍ଷଣ ପାଇବାର ସୁଯୋଗ ପାଇଛନ୍ତି । ଏହି ଅଧ୍ୟୟନ ଯାତ୍ରା ଯୁବ ସ୍ନାତକୋତର ଛାତ୍ରଛାତ୍ରୀ ମାନଙ୍କୁ ସମୁଦ୍ର ସମ୍ବନ୍ଧରେ ଗବେଷଣା ପାଇଁ ପ୍ରେରଣା ଦେବାକୁ ଭାରତ ସରକାରଙ୍କ ଏକ ପ୍ରୟାସ । ଭାରତ ସରକାରଙ୍କ ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର କୋଚିରେ ଅବସ୍ଥିତ ପ୍ରୟୋଗଶାଳା ସିଏମଏଲଆରଇ ପକ୍ଷରୁ ଏହି ଆୟୋଜନ କରାଯାଇଥିଲା । ଛାତ୍ର ମାନଙ୍କୁ ଆରବ ସାଗର ଠାରୁ ପ୍ରାୟ ୭୦କିମି ଦୂରରେ ଅବସ୍ଥିତ କୋଚି ବନ୍ଦର ଠାରୁ ଏକ କ୍ରୁଜରେ ନିଆଯାଇ ବୈଜ୍ଞାନିକ ମାନେ କିଭଳି ସମୁଦ୍ର ତଳୁ ସେଡିମେଂଟ ନମୁନା ସଂଗ୍ରହ କରି ଅତିତରେ ଜଳବାୟୁ, ଭୁବିଜ୍ଞାନ ଏବଂ ମତ୍ସ ବିଜ୍ଞାନ ସମ୍ବନ୍ଧରେ ଅଧ୍ୟୟନ କରିପାରୁଛନ୍ତି ତାହା ଦର୍ଶାଯାଇଥିଲା । ଗୋଟିଏ ପ୍ରୟୋଗରେ ଏକ ସେଡିମେଂଟ ଗ୍ରାବ ସାମ୍ପଲର ମେସିନ ଦ୍ୱାରା ପ୍ରାୟ ୫୦ ମିଟର ଗଭୀରରୁ ନମୁନା ସଂଗ୍ରହ କରାଯାଇଥିଲା । ଛାତ୍ରମାନେ ଏହି ନମୁନାକୁ ଜିଓ କେମିକାଲ ବିଶ୍ଳେଷଣ ପାଇଁ ସଂରକ୍ଷଣ କରିଥିଲେ । ଛାତ୍ର ମାନଙ୍କୁ ଫାଇଟୋପ୍ଲାଙ୍କଟନ, ମତ୍ସ ଲାର୍ଭା ଏବଂ ଜୁପ୍ଲାଙ୍କଟନ ରେ ନମୁନା ବ୍ୟବହାର ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ମଣିପାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ର ଭୁତତ୍ୱ ଅଧ୍ୟାପକ ଡଃ କେ ବାଳକୃଷ୍ଣ ଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସେଂଟର ଫର ମେରାଇନ ଲିଭିିଂ ରେସୋର୍ସେସ ଏଣ୍ଡ ଇକୋଲୋଜି ର ବରିଷ୍ଠ ବୈଜ୍ଞାନିକ ଡଃ ଆରି ଶିବାଜୀ କ୍ରୁଜର ପ୍ରମୁଖ ବୈଜ୍ଞାନିକ ଥିଲେ ।
ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ଛାତ୍ର ମାନଙ୍କମଧ୍ୟରେ ରାଗିଣୀ ଆର, ଆଦିଥ ଏନ, ଅଲତାଫ, ଡୋମିନିକ ସି, ମୁନ୍ନାଭିର ପି, ରୁଚି, ଶ୍ରୀ ବିଷ୍ଣୁ କେ, ଶ୍ରୀନିବାସ ଡି କେ, ସ୍ୱରୁପ ଏମ ଏବଂ ଖେଶବ ଆର ଭାଗ ନେଇଥିଲେ ।


