ସ୍ବାତୀ ମାଲିଓ୍ବାଲ ଅସୁସ୍ଥ

ନୂଆଦିଲ୍ଲୀ : ଦୁଷ୍କର୍ମ ଦୋଷୀଙ୍କୁ ଖୁବ ଶୀଘ୍ର ଫାଶୀ ଦାବିକୁ ନେଇ ବିଗତ ୧୩ ଦିନ ହେବ ଆମରଣ ଅନଶନରେ ବସିଥିବା ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ଅସୁସ୍ଥ ହୋଇଛନ୍ତି। ତାଙ୍କର ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶନିବାରଠାରୁ ସେ ଅସୁସ୍ଥ ହୋଇଯାଇଥିଲେ। ନିୟମିତ ଭାବେ ଭୋକରେ ରହି ସ୍ୱାତୀଙ୍କର ଓଜନ ୮ କିଲୋ ହ୍ରାସ ପାଇଛି। ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀଙ୍କୁ ୬ ମାସ ମଧ୍ୟରେ ଫାଶୀ ଦିଆଯାଉ ବୋଲି ସ୍ବାତୀ ଦାବି କରିଛନ୍ତି। ସ୍ବାତୀଙ୍କୁ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଜଣେ ମହିଳା ପଶୁଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ପରେ ସ୍ବାତୀ ଆମରଣ ଅନଶନରେ ବସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ