ଲଗାଣ ବର୍ଷାରେ ଗଜପତିରେ ଭୁଶୁଡିଲା ହଷ୍ଟେଲ କାନ୍ଥ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡା ବ୍ଲକ ଗଙ୍ଗାବାଡ ପଞ୍ଚାୟତ ବିଦ୍ୟାଳୟ ହଷ୍ଟେଲରେ କାନ୍ଥ ଭୁଶୁଡି ଅଳ୍ପକେ ବର୍ତିଲେ ୪୦ ଛାତ୍ରଛାତ୍ରୀ. ମଙ୍ଗଳବାର ବିଳମ୍ବିତ ରାତିରେ ଘଟଣା ଘଟିଥିବାର ସୂଚନା ମିଳିଛି. ବର୍ଷା ପାଇଁ ପୂର୍ବରୁ ପାଣିପାଗ ବିଭାଗର ପୂର୍ବରୁ ସତକର୍ତା କରାଯାଇଥିଲା. ତେଣୁ ସନ୍ଦେହରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ହଷ୍ଟେଲ ବାହାରକୁ ରାତ୍ର ସମୟରେ ସୁରକ୍ଷା ପାଇଁ ଆସି ଯାଇଥିଲେ. ତେଣୁ ଏହି ୪୦ ଜଣ ଛାତ୍ର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି.


