ସମିତି ସଭ୍ୟଙ୍କ ବିରୋଧରେ ଏତଲା ଦେଲେ ସାମ୍ବାଦିକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରେ ଓ ଏଲ ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଉକ୍ତ ଦୁର୍ନୀତି ବିରୋଧରେ ଦୈନିକ ଆଶା ର ବ୍ଲକ ପ୍ରତିନିଧି ଶ୍ରୀ ଜୀତେନ୍ଦ୍ର ପାତ୍ର ନିଜ ଖବର କାଗଜ ରେ ପ୍ରକାଶ କରିଥିଲେ। ଯାହାକୁ ନେଇ ଉକ୍ତ ରାୟଗଡ଼ ବ୍ଲକ ଅନ୍ତର୍ଗତ କୁମୁଲା ସିଙ୍ଗି ପଞ୍ଚାୟତର ସମିତି ସଭ୍ୟ ଜ୍ୟୋତି ପ୍ରସାଦ ପାଣି ସାମ୍ବାଦିକ ଶ୍ରୀ ପାତ୍ର ଙ୍କୁ ଫୋନ ଯୋଗେ ମାରିବା ନେଇ ଧମକ ଦେବା ସହ କିଛି ମହିଳା କର୍ମଚାରୀ ମାନଙ୍କୁ ସାମ୍ବାଦିକଙ୍କ ଘରକୁ ପଠାଇ ଥିଲେ ବୋଲି ଅଭିଯୋଗ ହୋଇଥିଲା। ଯାହା ଦ୍ଵାରା ଶ୍ରୀ ପାତ୍ର ଭୟଭୀତ ହେବା ସହ ନିଜ ଜୀବନ ପ୍ରତି ବିପଦ ଥିବା ଭାବି ସୋମବାର ରାତ୍ରୀ ସମୟରେ ରାୟଗଡ଼ ଥାନାରେ ରାୟଗଡ଼ ବିପିଏମ୍ ଲତିକା ଦେବୀ ଏବଂ ସମିତି ସଭ୍ୟ ଜ୍ୟୋତି ପାଣି ଙ୍କ ବିରୋଧରେ ଅଭିଯୋଗ ଦେଇଥିବା ଶ୍ରୀ ପାତ୍ର କହିଛନ୍ତି। ଏ ନେଇ ରାୟଗଡ଼ ଥାନାରେ ଉକ୍ତ ଅଭିଯୋଗ କୁ ଭିତ୍ତି କରି ରାୟଗଡ଼ ଥାନା କେସ ନମ୍ବର ୮୩ ଅଣ୍ଡର ସେକ୍ସନ ୨୯୪/୫୦୬/୫୦୭/୩୪ ଆଇପିସି ପ୍ରକାରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ରାୟଗଡ ଥାନା ଅଧିକାରୀ ସୁନିଲ କୁମାର ବେହେରା ସୁଚନା ଦେଇଛନ୍ତି।


