ବଣିଆମାଳ ପତିତପାବନ କ୍ଲବର ମୁରବୀମାନଙ୍କ ବୈଠକ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳସ୍ଥିତ ପତିତପାବନ କ୍ଲବର ସଦସ୍ୟମାନଙ୍କ ମଧ୍ୟରେ ଥିବା ମନୋମାଳିନ୍ୟକୁ ଗ୍ରାମ୍ୟ ମୁରବୀମାନଙ୍କ ଉପସ୍ଥିତିରେ ଆପୋଷ ମତେ ସମାଧାନ କରାଯାଇ ସର୍ବସମ୍ମତ କ୍ରମେ କ୍ଲବର ସଭାପତି ବିଶ୍ୱଜିତ ରାୟଙ୍କ ନେତୃତ୍ୱରେ ଗଣେଶପୂଜା ଓ ଆସୁଥିବା ଗଜଲକ୍ଷ୍ମୀ ପୂଜାକୁ ମହା ଆଡମ୍ବରରେ ପାଳନ କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଥିଲା । ଏଥିରେ କ୍ଲବର ସମସ୍ତ ସଭ୍ୟ ଓ ସାହି ମୁରବୀମାନେ ସହଯୋଗ କରିବା ପାଇଁ ଶପଥ ନେଇଥିଲେ । ଏହି ବୈଠକରେ ଗୁଣନିଧି ଜଗତି, ଶରତ କୁମାରବେହୁରା(ବାଜିଆଭାଇ), ବ୍ରହ୍ନାନନ୍ଦ ତ୍ରିପାଠୀ, ଅକ୍ଷୟ କୁମାର ପାତ୍ର, ରାଜକିଶୋର ରାଉତରାୟ, ନରହରି ବଳ, ଜିତେନ୍ଦ୍ର ମହାନ୍ତି, ସଂଗ୍ରାମ ମହଲା, ହେମନ୍ତ କୁମାର ବେହୁରା, ଶିବ ପ୍ରସାଦ ମହାନ୍ତି, ବିକାଶ ମହାଲିକ, ବିଭୁତି ଭୂଷଣ ପଣ୍ଡା, ନୃସିଂହ ପାତ୍ର, ରବିନ୍ଦ୍ର ମଲ୍ଲିକ ଓ ରମାକାନ୍ତ ବଳ ପ୍ରମୁଖ ଉପସ୍ଥିତ ରହି ଆପୋଷ ବୁଝାମଣା କରାଇଥିଲେ । ପରେ କ୍ଲବକୁ ଯାଇ ଶ୍ରୀ ଶ୍ରୀ ଗଜାନନ ଠାକୁରଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ମିଷ୍ଟାନ୍ନ ଖୁଆଖୋଇ ହୋଇଥିଲେ । ଶେଷରେ କ୍ଲବର ସଭାପତି ବିଶ୍ୱଜିତ ରାୟ ଓ ସଭ୍ୟ ସୋରୁପ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ ।