ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନସିରିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ପୁର୍ବତନ ପ୍ରଧାନ ଶିକ୍ଷକ ଅଭୟ ବେହେରାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବର୍ତ୍ତମାନର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଓଷ୍ଟାର ରାଜ୍ୟ ଯୁଗ୍ମ ସମ୍ପାଦକ ମହେନ୍ଦ୍ର କୁମାର ଶାସିନି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଇଓ ଧନେଶ୍ୱର ଖଣ୍ଡେଇ, ସମ୍ମାନୀତ ଅତିଥି ଭାବେ ବ୍ଲକ ସହଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ, ଷହଙ୍ଗ ସିଆରସିସି ବିଜୟ କୁମାର ସା, ଷଡଙ୍ଗ ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଏଲୋଷ୍ଟାର ହାଟଡିହି ବ୍ଲକ ସଭାପତି ରମେଶ କୁମାର ରାଉତ, ପ୍ରଧାନ ଶିକ୍ଷକ ଯୁଦ୍ଧିଷ୍ଠିର ପାତ୍ର, ଏସଏମସି ଅଧ୍ୟକ୍ଷ ନିରଞ୍ଜନ ଦାସ, ହରିହର ଦାସ, ରାମଚନ୍ଦ୍ର ମହାନ୍ତି, ଅମୁଲ୍ୟ କୁମାର ଜେନା, ସୁରେନ୍ଦ୍ର କୁମାର ବଳ, ଅଲେଖ ଚନ୍ଦ୍ର ପରିଡା, ବିନୋଦ ବିହାରୀ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ଅଭୟ କୁମାର ବେହେରାଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ