ମନୁସେନାର ପ୍ରଥମ ରକ୍ତ ଦାନ ଶିବିର ଅନୁଷ୍ଟିତ
ଚିକିଟି, (କୁରେଶୁ ସାହୁ):ଚିକିଟି ବ୍ଲକର ନୂଆପଡା ସ୍ଥିତ କଳିଙ୍ଗବଶ୍ୟସମାଜ ଭବନରେ ମେଘା ରକ୍ତ ଦାନ ଶିବିର ମନୁସେନାର ସଭାପତି ମନରଞ୍ଜନ ଦ୍ୟାନ ସlମନ୍ତରlଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଆନୁଷ୍ଠାନିକ ଭାବରେ ପୂଜାଅର୍ଚନା କରିବା ପରେ,ପାତ୍ରପୁର ବ୍ଲକ ଅଧକ୍ଷା y. ସଂଯୁକ୍ତା ଙ୍କ ଦ୍ୱାରା ଉଦ୍ଘାଟନ କରିବା ପରେ ରକ୍ତଦାନ କରିବା ପାଇଁ ଡୋନୋର ମାନେ ନିଜର ନାମ ପଞ୍ଜିକରଣ କରି ରକ୍ତ ଦାନ କରିଥିଲେ l ମନୁ ସେନାର ସମ୍ପାଦକ ମିନାଦ୍ୟାନ ସାମନ୍ତରl ପ୍ରତେକ ରକ୍ତଦାତାଙ୍କ ରକ୍ତଦାନ ପରର ସ୍ଥିତି ପଚାରି ବୁଝି ଆପ୍ୟାୟିତ କରିଥିଲେ l ଏହି ଶିବିରରେ ଚିକିଟୀ ନିର୍ବାଚନ ମଣ୍ଡଳୀର ସମସ୍ତ ସମସ୍ତ ପଂଚlୟତର ଜନ ସାଧାରଣ ସ୍ବେଛା କୃତ ଭାବରେ ଆସି ରକ୍ତ ଦାନ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା l ଏହି ଶିବିରରେ ଚାନ୍ଦପୁର ପଂଚାୟତର ସରପଂଚ ଶିବିରରେ ପ୍ରଥମେ ରକ୍ତ ଦାନ କରିଥିବା ବେଳେ ମହିଳା ରକ୍ତଦାତା ସଂଖ୍ୟା ବଢିବାକୁ ଲାଗିଥିଲା l ଏହି ଶିବିରରେ ବ୍ରହ୍ମପୁର ମହାନଗର ନିଗମ ର ପୂର୍ବତନ ମଏର ଶିବସଙ୍କର ଦାସ ଯୋଗଦାନ କରିଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦାନ କରିଥିଲେ l ଏହି କାର୍ଯ୍ୟ କ୍ରମକୁ ସଫଳ କରିବା ସକାଶେ ଦେବଦତ୍ତ ପଣ୍ଡା,ଦିଲୀପ କୁମାର ସାହୁ,ପ୍ରଶାନ୍ତ ଜlନୀ,ରେଣୁକିଶୋର ରେଡ୍ଡୀ, ଲୋକନାଥ ମଣ୍ଡଳ,ଓ.ନଗମା ରାଓ, ଭାରତୀ,ଜୋତି ରେଡ୍ଡୀ,ଏସ. ନାଗଭୁସନ ଆଦି ପ୍ରମୁଖ ଯୋଗଦାନ କରି ଥିବା ବେଳେ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କ ର ସମସ୍ତ କର୍ମଚାରୀଙ୍କ ଉଦ୍ୟମ ଦ୍ୱାରା୧୫୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।