ବନ୍ତର ଟାଣୁଆ ରାଜନେତା ଥିଲେ ସ୍ୱର୍ଗତ ଟିକୁ ସ୍ୱାଇଁ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକର ଲୋକପ୍ରିୟ ଜନନେତା ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ୧୮ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ତ ଡାକ୍ତରଖାନା ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପରେ ବନ୍ତ ଡାକ୍ତରଖାନା ସମ୍ମୁଖରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜଳସେଚନ କାର୍ଯ୍ୟାଳୟ ଛକ ଠାରୁ ଅତିଥି ମାନଙ୍କୁ ଏକ ବାଇକ୍ ଶୋଭାଯାତ୍ରାରେ ପାଛୋଟି ଅଣାଯାଇଥିଲା । କେନ୍ଦୁଆପଦା ଛକସ୍ଥିତ ସ୍ୱର୍ଗତ ଟିକୁ ସ୍ୱାଇଁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆୟୋଜିତ ସ୍ମୃତିଚାରଣ ସଭାରେ ବ୍ଲକ ବିଜେଡି ସମ୍ପାଦକ ସୁବାସ ଦାସ ସଭାପତିତ୍ୱ ଥିଲେ । ସ୍ୱର୍ଗତ ସ୍ୱାଇଁଙ୍କ ସୁପୁତ୍ର ଲାଲା ସ୍ୱାଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏଥିରେ ଅତିଥି ଭାବେ ବିଧାୟକ ପ୍ରଫୁଲ୍ଲ ସାମଲ, ସାଂସଦ ମଞ୍ଜୁଲତା ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବରିଷ୍ଠ ନେତା ସେକ୍ ଜଲାଲଉଦ୍ଦୀନ, ପ୍ରଶାନ୍ତ ଦାଶ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ବ୍ଲକ ଯୁବ ବିଜେଡି ସଭାପତି ସତ୍ୟସାଧନ ବେଜ, ପ୍ରଶାନ୍ତ ସାମଲ, ବସନ୍ତିଆ ସରପଞ୍ଚ ଅଶୋକ ସାହୁ, ଜଇନୁଲ ଆବେଦିନ, ରବିନ୍ଦ୍ର ଦାସ, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଭବେନ୍ଦ୍ର ସାହୁ ଯୋଗ ଦେଇ ସ୍ୱର୍ଗତ ସ୍ୱାଇଁ ବନ୍ତ ଅଞ୍ଚଳର ଜଣେ ଟାଣୁଆ ନେତା ଥିଲେ । ସେ ଦରଦି ହୃଦୟର ମଣିଷ ଥିଲେ । ଗରିବ ଲୋକଙ୍କ ପାଇଁ ସେ ସଦାସର୍ବଦା କାର୍ଯ୍ୟ କରୁଥିଲେ ବୋଲି କହିଥିଲେ । ଏହି ଅବସରରେ ସ୍ୱର୍ଗତ ସ୍ୱାଇଁଙ୍କ ସ୍ମୃତି ରକ୍ଷା ପାଇଁ ୧୦ ଲକ୍ଷ ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦେବାକୁ ବିଧାୟକ ଶ୍ରୀ ସାମଲ ପ୍ରତିଶୃତି ଦେବା ସହ ବନ୍ତରେ ଖୁବ୍ ଶିଘ୍ର ସି.ଏଚ୍‌.ସି ପ୍ରତିଷ୍ଠା ହେବ ବୋଲି କହିଥିଲେ । ଶେଷରେ ବସନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ବିପିନ ନାୟକ, ବ୍ଲକ ଛାତ୍ର ବିଜେଡି ସଭାପତି ପ୍ରଣବ କିଶୋର ଲେଙ୍କା, ଟିଲୋ ସେବା ସମବାୟ ସମିତିର ସଭାପତି ବିଜୟ ନାୟକ, ରତନି ଜେନାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ