ଛାମୁ ଯାହା ଦେଲେ ହରଷେ…… ନ ପାଇ ଗଲା ୪ ବରଷ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗତ ୪ ବର୍ଷ ତଳେ ପାହାଡ଼ ଧସିବା ଯୋଗୁ କୁଲଙ୍ଗ ଗ୍ରାମର ଗ୍ରାମବାସୀମାନେ ନିଜର ପୁରୁଷ ପୁରୁଷ ଅମଳର ବାସଗୃହ ହରାଇଲେ. ପରେ ପ୍ରଶାସନ ସରକାରଙ୍କୁ ଗ୍ରାମବାସୀଙ୍କ ଅନୁରୋଧ ଅନୁଯାଇ ସେହି ଅଞ୍ଚଳରୁ କିଛି ଦୂରରେ ସ୍ଥାୟୀ ଘର ନିର୍ମାଣ ପାଇଁ ସ୍ଥାୟୀ ଜମି ପଟ୍ଟା ସହ ଘର ନିର୍ମାଣ ପାଇଁ ଅର୍ଥ ପ୍ରଦାନ କରାଗଲା. ହେଲେ ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା କେତେ ବରଷ ନ୍ୟାୟରେ ଏହି ଗ୍ରାମବାସୀଙ୍କୁ ଘର ନିର୍ମାଣ ପାଇଁ ଗତ 4 ବର୍ଷ ତଳେ ସରକାର ପଟ୍ଟା ଦେଇଛନ୍ତି. ହେଲେ ବାରମ୍ବାର ବାରମ୍ବାର ଗ୍ରାମବାସୀ ମାନେ ଘର ନିର୍ମାଣ କରିବା ପାଇଁ ଜାଗା ଚି଼ହ୍ନଟ କରିବାକୁ ଯେତେ ଗୁହାରି କରୁଥିଲେ ସୁଦ୍ଧା ପ୍ରଶାସନ ତରଫରୁ ନିର୍ଦ୍ଧିଷ୍ଟ ଜାଗା ଚି଼ହ୍ନଟ ହୋଇପାରୁନାହିଁ. ଯଦ୍ୱାରା ଗ୍ରାମବାସୀମାନେ ବିନା ଆଶ୍ରୟରେ ବହୁ ଦୁଃଖ ଯନ୍ତ୍ରଣା ପାଇ ଆସୁଛନ୍ତି.ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ବଡ଼ କୋଳାକୋଟ ପଞ୍ଚାୟତରେ କୁଲଙ୍ଗ ଗ୍ରାମରେ ପାହାଡ଼ ଧସି ଯାଇ ଆଜକୁ ୪ ବର୍ଷ ହେଲା କିନ୍ତୁ ସରକାରଙ୍କ ସାହାଯ୍ୟ ରୁ ବଞ୍ଚିତ ଏହି ବଣ ପାହାଡ଼ ପର୍ବତ ଅଞ୍ଚଳରେ ରହୁଥିବା ଆଦିବାସୀ ମାନେ ନିଜ ନିଜ ଅଞ୍ଚଳରେ ଥିବା ବଣ ପାହାଡରେ ଚାଷ ବାସ କରି ନିଜ ନିଜ ପରିବାର ଭରଣପୋଷଣକରି ରୁହୁଛନ୍ତି କୁଲଙ୍ଗ ଗ୍ରାମବାସି କେବେ ଭାବି ନ ଥିଲେ ଯେ ଏଭଳି ଦିନ ଆସିବ ଏହି ଅଞ୍ଚଳରେ ବର୍ଷା ହବ ପାହାଡ଼ ଧୋସିବ ଆଉ ଘର ଦ୍ବାର ଗୋରୁ ଗାଈ ଛେଳି ସବୁ ନଷ୍ଟ ହୋଇଯିବଏବଂ ଏ ପରି ସମସ୍ୟା ର ସମୁଖୀନ କରିବାକୁ ପଡ଼ିବ । କିନ୍ତୁ ପାହାଡ଼ ଧସି ସବୁକିଛି ନଷ୍ଟ ହୋଇ ଚାରିବର୍ଷ ବିତିଗଲଣି ହେଲେ ସରକାର ସାହାଯ୍ୟ ରୁ ଏବେ ପର୍ଯ୍ୟନ୍ତ କୁଲଙ୍ଗ ଗ୍ରାମବାସୀ ବଞ୍ଚିତ | ସରକାର କୁଲଙ୍ଗ ଗ୍ରାମବାସିଙ୍କୁ ଘର କରିବା ପାଇଁ ୱାର୍କ ଓଡର ତ ଦେଇଛନ୍ତି ଆଉ ବେଙ୍କ ପାସବୁକ ରେ ୨୦୦୦୦ ଟଙ୍କା ଛାଡ଼ି ପାସବୁକକୁ ହୋଲ୍ମ କରି ରଖୁଛନ୍ତି । ସରକାର ଘର ନିର୍ମାଣ ପାଇଁ ଜମିରେ ପଟା ଦେଇଛନ୍ତି ସତ କିନ୍ତୁ ଘର କରିବାକୁ ଜାଗା କୋଉଠି ତାଙ୍କ ଜାଗା ଚିହ୍ନଟ କରି ଦେଉନାହାନ୍ତି କୁଲଙ୍ଗ ଗ୍ରାମବାସୀଙ୍କୁ ଏବେ ପର୍ଯ୍ୟନ୍ତ ଜାଣିନାହାନ୍ତି ଜାଗା ଚିହ୍ନଟ କରି ବ୍ଲକ ପ୍ରଶାସନ ଚାରି ବର୍ଷ ବିତିଗଲାଣି କିନ୍ତୁ ଜାଗା ଚିହ୍ନଟ କରୁନାହାନ୍ତି କୌଣସି ସୁବିଧା ସରକାର ଠାରୁ ସେମାନେ ପାଇଁ ନାହାନ୍ତି | ବର୍ତ୍ତମାନ କୁଲଙ୍ଗ ଗ୍ରାମବାସୀ ମାନଙ୍କ ପ୍ରଥମ ସମସ୍ୟା ର ସମାଧାନ ହୋଇପାରି ହୋଇ ନଥିବା ବେଳେପ୍ରଶାସନ ଚାରି ବର୍ଷ ବିତିଗଲାଣି କିନ୍ତୁ ଜାଗା ଚିହ୍ନଟ କରୁନାହାନ୍ତି କୌଣସି ସୁବିଧା ସରକାର ଠାରୁ ସେମାନେ ପାଇଁ ନାହାନ୍ତି | ବର୍ତ୍ତମାନ କୁଲଙ୍ଗ ଗ୍ରାମବାସୀ ମାନଙ୍କ ପ୍ରଥମ ସମସ୍ୟା ର ସମାଧାନ ହୋଇପାରି ହୋଇ ନଥିବା ବେଳେ ଦ୍ବିତୀୟ ସମସ୍ୟା ମାଡ଼ି ଆସିଯାଇଛି ଦୁଇଦିନର ବର୍ଷାରେ ରାସ୍ତା ରୁ ମାଟି ପଥର ଖସି ବିଲରେ ପଡ଼ି ଯାଇଛି | ରାସ୍ତା ସାଇଡ ରେ ଯେଉଁ ପଥର ବନ୍ଧା ହୋଇଥାଏ ସେ ସବୁ ଖସି ଯାଇଛି ଆଗକୁ ଯଦି ଲଗାଣ ବର୍ଷା ହେଲେ ରାସ୍ତା ଉପରେ ପାହାଡ଼ ଧସିବାର ଅନେକ ସମ୍ଭାବନା ରହିଛି | ଗ୍ରାମ ବାସୀଙ୍କ କହିବା ଅନୁଯାଇ ବର୍ଷା ଦିନରେ ରାତ୍ରି ସମୟରେ ଜୀବନକୁ ବାଜି ଲଗାଇ ରହିବାକୁ ପଡୁଛି | ମନରେ ଏକ ଭୟ ସୃଷ୍ଟି ହୋଉଛି କେତେବେଳେ ପାହାଡ଼ ଧଶିଯିବ ଏ ଆସଙ୍କା ରେ ପିଲାମାନଙ୍କ ସହ ଲୁଗାପଟା ଘର ର ଆବଶ୍ୟକ ଜିନିଷ ପତ୍ର ସବୁ ସଜାଗା ରଖୁ ଚେଇଁ ରହିବାକୁ ପଡୁଛି| ସରକାର ଙ୍କ ସାହାଯ୍ୟ ବା ଅନ୍ୟ କୋଉ ଉପାୟ ନ ରହି କୁଳଙ୍ଗ ଗ୍ରାମବାସି ପାହାଡ଼ ଉପରେ ରହିବାକୁ ବାଧ୍ୟ ହୋଇଛନ୍ତି ।


