ଦୁର୍ଘଟଣାରେ ଜଳିଗଲା ଟିଭିଏସ ଏକ୍ସିଲ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସୋମବାର ସକାଳେ ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନମ୍ବର ଜାତୀୟ ରାଜପଥର ବିଦ୍ୟୁତ୍ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ବାଇକ୍ ସହ ଏକ ମୋପେଡର ମୁହାଁମୁହିଁ ଧକ୍କା ଘଟିଛି । ଦୁର୍ଘଟଣାରେ ଟିଭିଏସ ଏକ୍ସଏଲ (ଓଡି୦୭ଜି ୫୭୩୩)ରେ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ହିଞ୍ଜିଳିକାଟୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପ୍ରକାଶ ଥାଉକି ଶିକିରି ଗ୍ରାମର ଗୌରାଙ୍ଗ ବରଡ ଟିଭିଏସ ଏକ୍ସଏଲ ଯୋଗେ ଗ୍ରାମରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ସ୍ଥାନୀୟ ପୌରାଞ୍ଚଳ ଆରଏମସି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୁର୍ଘଟଣାରେ ଏକ୍ସଏଲ ଚାଳକ ବରଡ ସାମାନ୍ୟ ଆହତ ହୋଇଥିବା ବେଳେ ବାଇକ୍ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଖଵର ଲେଖା ହେବା ସୁଦ୍ଧା ଘଟଣା ନେଇ ହିଞ୍ଜିଳି ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ସୂତ୍ରରୁ ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ