‘ବିଶାଳ ରକ୍ତଦାନ ଶିବିର’ ଆୟୋଜିତ

ବାଲେଶ୍ୱର, (ସରୋଜ ପଣ୍ଡା):ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଓ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସମର୍ପଣ ଅଭିଯାନ ଅନ୍ତର୍ଗତ ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ଆଙ୍କୋ ପଞ୍ଚାୟତ ସ୍ଥିତ ଶ୍ରୀଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତ ଫିତା କାଟି ରକ୍ତଦାନ ଶିବିରର ଉନ୍ମୋଚନ କରିଥିଲେ । ରକ୍ତଦାନ ହେଉଛି ମହତ ଦାନ । ନିୟମିତ ଭାବରେ ରକ୍ତଦାନ କରି ଲୋକମାନଙ୍କ ସେବା କରିବା ତଥା ପରସ୍ପରକୁ ସହାୟତା କରିବା ସମସ୍ତଙ୍କର ଦାୟିତ୍ୱ । ଏହି ପରିପ୍ରେକ୍ଷୀରେ ଆଜି ପ୍ରାୟ ୭୦ ୟୁନିଟରୁ ପାଖାପାଖି ରକ୍ତ ସଂଗ୍ରହ କରାଯାଇଅଛି । ରକ୍ତଦାନ ଭଳି ପୂଣ୍ୟ କାମରେ ସାମିଲ ହୋଇଥିବା ସମସ୍ତ ରକ୍ତଦାତାଙ୍କୁ ଯୁବନେତା ମାନସ ଦତ୍ତ ସାଧୁବାଦ ଜଣାଇଛନ୍ତି । ଏହା ପୂର୍ବରୁ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ, ସମର୍ପଣ ଭାବକୁ ମନେ ପକାଇ ସମସ୍ତ କାର୍ଯ୍ୟକର୍ତ୍ତା ତାଙ୍କ ଫଟୋଚିତ୍ରରେ ପୁଷ୍ପ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ଏକାଧାରରେ ଜଣେ ଜଣାଶୁଣା ଚିନ୍ତକ, ଦାର୍ଶନିକ, ଏକାତ୍ମ ମାନବବାଦର ପ୍ରବକ୍ତା, ତେଜସ୍ୱୀ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ଏବଂ ରାଷ୍ଟ୍ରନାୟକ ଥିଲେ । ରାଷ୍ଟ୍ରସେବାରେ ସମସ୍ତ ଭାରତୀୟ ନିଜକୁ ସମର୍ପଣ କରିବା ସହିତ ଭାରତବର୍ଷର ଏକତା, ଅଖଣ୍ଡତା ଓ ଭାତୃତ୍ୱକୁ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲା । ସେ ତାଙ୍କର ନିଜର ସମ୍ପୂର୍ଣ୍ଣ ଜୀବନକୁ ରାଷ୍ଟ୍ରର ସେବା ପାଇଁ ସମର୍ପଣ କରିଥିଲେ । ସମାଜର ଅନ୍ତିମ ପାହାଚରେ ଥିବା ବ୍ୟକ୍ତିଟି ଉନ୍ନତି ପାଇଁ ସେ ସବୁବେଳେ ଚିନ୍ତା କରୁଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ପଣ୍ଡିତ ଦୀନଦୟାଲଙ୍କ ମାର୍ଗଦର୍ଶନକୁ ପାଥେୟ କରି ଦଳିତ, ମହିଳା, ବଞ୍ଚିତ, ଅବହେଳିତ, କୃଷକ ଏବଂ ଯୁବପୀଢିଙ୍କ ଜୀବନରେ ସୁଧାର ଆଣିବା ଲାଗି ସେ ଆଜୀବନ ନିଜକୁ ସମର୍ପିତ କରି ଦେଇଛନ୍ତି ବୋଲି ଯୁବନେତା ମାନସ ଦତ୍ତ ମତପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ତପନ ଗିରି, ମଣ୍ଡଳ ପ୍ରଭାରୀ ଗଙ୍ଗାଧର ରାଉତ, ଅନନ୍ତ ନାୟକ, ହରେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ଚାଟାର୍ଜୀ, ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ବିକାଶ ପାଢୀ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ରଶ୍ମୀରଞ୍ଜନ ଜେନା, ପଞ୍ଚାୟତ ସଭାପତି ଶ୍ରୀଧର ବେହେରା, ପବନ କମିଳା, ସୌଭାଗ୍ୟ ମାନସ ନାୟକ, ବିଶ୍ୱଜିତ ଖଟୁଆ, ମୃତ୍ୟୁଞ୍ଜୟ ବାରିକ, ରାକେଶ ଦାସ, ସୁଶାନ୍ତ ବେହେରା, ଜୟକୃଷ୍ଣ କର, ଚତୁର୍ଭୁଜ ବେହେରା, ମାଧବାନନ୍ଦ ମହାପାତ୍ର, ସନ୍ତୋଷ ବେହେରା, ଚନ୍ଦନ ଜେନା, ଜୀବନ ଜେନା, ଚନ୍ଦ୍ରକାନ୍ତ ଗିରି, ଅଜିତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ