ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଜରିଆରେ ‘ସ୍ୱଚ୍ଛତା ହିଁ ସେବା’କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସଂଯୋଜକ ସୁବାସ ଚନ୍ଦ୍ର ରାଉତଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ, ପିଇଓ ପ୍ରସନ୍ନ କୁମାର ପରିଡା, ପିଇଓ ଅଶୋକ ନାୟକ, ଡିଇଓ ପ୍ରସନ୍ନଜିତ ନାୟକ, ବ୍ଲକ କ୍ୟାସିୟର ସୁଶାନ୍ତ ବିଶ୍ୱାଳ, ବିଏଲସି ରଶ୍ମିରଂଜନ ସ୍ୱାଇଁ, ଦିଲ୍ଲିପ ମିଶ୍ର, ବିଏଲସି ରାଜଲକ୍ଷ୍ମୀ ସ୍ୱାଇଁ, ଓଏଲ୍‌ଏମ୍ ବିଭାଗର କର୍ମଚାରୀ, ଏସଏଚଜି ମହିଳା, ସିଆରପି, ଏମବିକେଙ୍କ ସହିତ ବ୍ଲକର ସମସ୍ତ କର୍ମଚାରୀ ଯୋଗ ଦେଇ ବ୍ଲକ କାର୍ଯ୍ୟାଳୟ ପରିସରରୁ ଆର୍ବଜନା ମୁକ୍ତ କରିଥିଲେ । ମନ୍ଦିର, ଗ୍ରାମ, ବଜାର, ହାଟ ସହିତ ସର୍ବସାଧାରଣ ସ୍ଥାନକୁ ପରିଷ୍କାର ଓ ପରିଚ୍ଛନ୍ନ ରଖିବାକୁ ଭାରାପ୍ରାପ୍ତ ବିଡିଓ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ସମସ୍ତ ପଂଚାୟତରେ ସେପ୍ଟେମ୍ବର ୧୫ତାରିଖରୁ ଚାଲି ଆସୁଥିବା ବେଳେ ଆସନ୍ତା ଅକ୍ଟୋବର ୨ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବ୍ଲକ ସଂଯୋଜକ ଶ୍ରୀ ରାଉତ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ