ପୋଲ ଉପରେ ଗାଡି ଓ ଚପଲ ରଖି ନଦୀକୁ ଡେଇଁ ପଡିଲେ ଯୁବକ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅଧିନ ଶିଖରଘାଟ ପୋଲ ନିକଟରେ ଶନିବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି । ପୋଲ ଉପରେ ଗାଡି ଓ ଚପଲ ରଖି ଜୈନିକ ଯୁବକ ଦେବୀନଦୀକୁ ଡେଇଁ ପଡିଥିବା ଜଣାଯାଇଛି । ଖବର ପାଇ ନାଉଗାଁ ପୋଲିସ ଘଟଣାସ୍ଥଳରେ ପହଁଚି ଚପଲ ଓ ବାଇକ୍ ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନାଉଗାଁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ସଂଧ୍ୟା ସହିତ ବର୍ଷା ହେତୁ ଖୋଜାଖୋଜି ବନ୍ଦ ରଖିଥିବା ଜଣାଯାଇଛି । ନଦୀକୁ ଡେଉଁ ପଡିଥିବା ଯୁବକ ଜଣକ ବଛାଳୋ ଗାଁର ସୁଜିତ ଲେଙ୍କା ବୋଲି ଜଣାଯାଇଛି । ସୁଜିତ ଛୋଟ ବେଳୁ ପୁରୀ ଅଂଚଳରେ ରହି ଆସୁଥିବା ବଳେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାଯାଇଛି । କେଉଁ କାରଣ ପାଇଁ ସେ ନଦୀକୁ ଡେଇଁ ପଡିଲେ ତାଙ୍କ ପରିବାର ଲୋକଙ୍କ ନିକଟରୁ ସଠିକ୍ ସୂଚନା ମିଳିପାରିନାହିଁ ବୋଲି ଥାନାଧିକାରୀ ସଂଘମିତ୍ରା ନାୟକ ସୂଚନା ଦେଇଛନ୍ତି । ଅନ୍ୟପଟରେ ନଦୀକୁ ଡେଇଁ ପଡିଥିବା ଯୁବକକୁ ଖୋଜାଖୋଜି କରାଯିବା ପାଇଁ ନାଉଗାଁ ଭାରାପ୍ରାପ୍ତ ବିଡିଓ ଦେବେନ୍ଦ୍ର ପ୍ରଧାନ ଓ ତହସିଲଦାର ଏସ.କେ. ସାଗିରଙ୍କ ପକ୍ଷରୁ ଓଡ୍ରାଫ ଟିମ୍‌ର ସହାୟତା ନିଆଯିବା ପାଇଁ ଯୋଗାଯୋଗ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ