ଆମ ପୋଲିସ ସମିତି ପକ୍ଷରୁ ସଚେତନତା କାର୍ଯ୍ଯକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପୋଲିସ ଥାନା “ଆମ ପୋଲିସ ସମିତି” ଆନୁକୂଲ୍ୟରେ କରସିଙ୍ଗି ଗ୍ରାମପଞ୍ଚାୟତ ସଭାଗୃହ ଠାରେ ସାଇବର ଠକେଇ ବିଷୟ ନେଇ ଲୋକଙ୍କୁ ସଚେତନତା କରାଯାଇଥିଲା। ଆମ ପୋଲିସ ସମିତି କାର୍ଯ୍ଯକ୍ରମରେ ବୁଗୁଡ଼ା ପୋଲିସ ଥାନା ଏଆଇଆଇସି ଶର୍ମିଷ୍ଠା ପ୍ରଧାନ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଏସଆଇ ସମୀର ସେଠୀ, ବିନାୟକ ବିଧାର ଓ ସୁମନ୍ତ ବେହେରା ଏବଂ କରସିଙ୍ଗି ସରପଞ୍ଚ ଜ୍ୟୋସ୍ନାରାଣୀ ବିଶ୍ୱାଳ, ସମିତି ସଭ୍ୟ ଚିକୁ ବାରିକ, ପିଇଓ ବାଳକୃଷ୍ଣ ଜେନା ଓ ଆମ ପୋଲିସ ସମିତି ସଦସ୍ୟ ପୂର୍ଣଚନ୍ଦ୍ର ବାରିକ ଯୋଗଦେଇଥିଲେ। ସାଇବର ଠକେଇ ଠାରୁ କିପରି ଦୁରେଇ ରହିବ ଜଣ ସଚେତନତା କରିବା ସହ ସଡ଼କ ସୁରକ୍ଷା, ଶିଶୁ ଶ୍ରମିକ, ନାରୀଶିକ୍ଷା, ଗୁଣି ଗାରେଡି ପ୍ରଭୃତି ବିଷୟରେ ଆଲୋଚନା କରି ସଚେତନ କରାଇଥିଲେ। ଛାତ୍ରଛାତ୍ରୀ ବୃନ୍ଦ ସୋସିଆଲ ମିଡ଼ିଆ ଠାରୁ ଦୁରେଇ ରହି ଅଧ୍ୟୟନରେ ବର୍ତ୍ତୀ ହେବାକୁ ପରାମର୍ଶ ଦେଇଥିଲେ। ଏଥିରେ ପଞ୍ଚାୟତର ବିଭିନ୍ନ ସହଯୋଗୀ କର୍ମୀ , ଛାତ୍ରଛାତ୍ରୀ ଓ ବହୁ ଗ୍ରାମବାସୀ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ