ମଦ ବିରୋଧୀଙ୍କ ସଭା, ଶୋଭାଯାତ୍ରା ଓ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ମଦ ବିରୋଧୀମାନଙ୍କର ଜିଲ୍ଲା ସଦର ମହକୁମାରେ ସଭା ଓ ଶୋଭାଯାତ୍ରା ସଂଗଠିତ ହୋଇଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ ଆହ୍ୱାନରେ ସଂଗଠନର ଜିଲ୍ଲା କମିଟି ପକ୍ଷରୁ ପୂର୍ବାହ୍ନରେ ସହରର ନୂଆ ବସଷ୍ଟାଣ୍ଡସ୍ଥିତ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶୋଭାଯାତ୍ରା ବାହାରି ଥିଲା । ସଂଗଠନର ଶତାଧିକ କର୍ମୀ ମଦ୍ୟମୁକ୍ତ ଓଡିଶା ଓ ନିଶାମୁକ୍ତ ଭାରତ ଦାବିରେ ନାରାବାଜ୍ କରି ପୁରୁଣା ବସଷ୍ଟାଣ୍ଡସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ସମବେତ ହୋଇଥିଲେ । ସେଠାରେ ଥିବା ପ୍ରତିମୂର୍ତୀମାନଙ୍କରେ ମାଲ୍ୟାର୍ପଣ ପରେ ସଂଗଠନର ଉପଦେଷ୍ଟା ଲକ୍ଷ୍ମୀଧର ଦୀକ୍ଷିତଙ୍କ ସଭାପତିତ୍ୱରେ ଆୟୋଜିତ ଜନଚେତନା ସଭାରେ ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳ, ଗୋବିନ୍ଦ ନନ୍ଦ, ଦମୟନ୍ତୀ ସାହୁ, ସୁହାନା ବେଗମ୍‌, ଭାଗୀରଥ ଜେନା, ଅଜୟ ସାମଲ, ରମଣୀ ରଞ୍ଜନ ରାଉତରାୟ, ସମାଜସେବୀ ଅଭିମନ୍ୟୁ ରାଉତ, ମାନୀଲତା ନାୟକ, ରବୀନ୍ଦ୍ର ଜେନା, ଜୟନ୍ତୀ ଦାସ, ବାସନ୍ତୀ ସାହୁ, ସୋହାନା ବିବି, ବନୀତା ନାୟକ ପ୍ରମୁଖ ସରକାରଙ୍କ ମଦ ପ୍ରସାର ନୀତିକୁ କଟୁ ସମାଲୋଚନା କରିବା ସହ ସରକାର ତୁରନ୍ତ ୧୯୫୬ ନିଶା ନିବାରଣ ଆଇନକୁ କାର୍ଯ୍ୟକାରୀ କରି ଓଡିଶାକୁ ନିଶାମୁକ୍ତ ରାଜ୍ୟଭାବେ ଘୋଷଣା କରିବାକୁ ଦାବି କରିଥିଲେ । ଏହାପରେ ଶୋଭାଯାତ୍ରାକାରୀମାନେ ଅମରେନ୍ଦ୍ର ଦାସ, ସଞ୍ଜୟ ବସନ୍ତିଆଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ଦପ୍ତର ପର୍ଯ୍ୟନ୍ତ ଯାଇ ସେଠାରେ ବିଧାୟକ ଶଶୀଭୂଷଣ ବେହେରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ସ୍ମାରକ ପତ୍ର ପ୍ରଦାନ କରିବା ସହ ନିଶା ନିବାରଣ ଆଇନର ତୁରନ୍ତ କାର୍ଯ୍ୟକାରୀତା ପାଇଁ ବିଧାନ ସଭାରେ ପ୍ରସ୍ତାବ ଆଗତ କରିବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ଶ୍ରୀ ବେହେରା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ପତ୍ର ଲେଖିବେ ବୋଲି ଉପସ୍ଥିତ ସଂଗଠନର ସଭ୍ୟମାନଙ୍କୁ ଆଶ୍ୱସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ