ନାଉଗାଁରେ ଉକ୍ରଳ ଦିବସ ପାଳିତ 

ନାଉଗାଁ ବ୍ଳକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ କ୍ଲବମାନଙ୍କରେ ସୋମବାର ଉକ୍ରଳ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବରେ ଥିବା ଓଡିଶାର ବରପୁତ୍ରମାନଙ୍କ ପ୍ରତିମୂର୍ତି ଓ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସଧାରଣ ସଭାମାନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ନାଉଗାଁ ବଜାରରେ ଥିବା ଉକ୍ରଳମଣୀ ଗୋପବନ୍ଧୁ ଦାସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତରେ ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ସୁନିଲ କୁମାର ମାଟିଆ, ଭାଷା ଆନ୍ଦୋଳନର ଜଗତସିଂହପୁର ଜିଲ୍ଲା ସଂଯୋଜକ କ୍ରିଷ୍ଣାନନ୍ଦ ସାହୁ, ରଶ୍ମୀରଂଜନ ତ୍ରିପାଠୀ, ରଶ୍ମୀରଂଜନ ପାଢୀ, ସଚିନ ବେହୁରା,ବିଦୁର ରାଉତ,ଗୋପବନ୍ଧୁ ଅଗ୍ରାମୀ ପରିଷଦର ସଭାପତି ମନୋଜ ନାୟକ,ସୁଚିତ୍ରା ବେହୁରା,ପାର୍ବତୀ ନାୟକ,ପ୍ରିତମ ପରିଜା ପ୍ରମୂଖ ପୁଷ୍ପମାଲ୍ୟା ଦେଇ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ପୂର୍ତୀ ପାଳନ ସହିତ ବରପୁତ୍ରମାନଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ