ବରିଷ୍ଠ ନାଗରିକ ମଞ୍ଚର ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଳକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ବରିଷ୍ଠ ନାଗରିକ ମଞ୍ଚର ମାସିକ ଅଧିବେଶନ ସଭାପତି ନରହରି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ସଂପାଦକ ବାଉରୀବନ୍ଧୁ ସାହୁ ବିବରଣୀ ପ୍ରଦାନ କରିବା ପରେ ଅକ୍ଟୋବର ମାସରେ ଜନ୍ମିତ ସଭ୍ଯ ମାନଙ୍କୁ ମଞ୍ଚ ତରଫରୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।ବିଶ୍ବ ଶିକ୍ଷକ ଦିବସ ଅବସରରେ ମଞ୍ଚର ଶିକ୍ଷକ ସଭ୍ଯ ସଂଯୋଜକ କାମରାଜୁ ମହାରଣା, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ଉପଦେଷ୍ଟା ଶ୍ଯାମସୁନ୍ଦର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ସଭାପତିଙ୍କ ପରାମର୍ଶ କ୍ରମେ ମଞ୍ଚର ସଂଯୋଜକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସଭ୍ଯ ମାନଙ୍କୁ ପ୍ରାରବ୍ଧ ଫଳ ଉପରେ ରାମାୟଣ ଓ ମହାଭାରତରୁ ବିଭିନ୍ନ ଉପାଖ୍ଯାନ ଦେଇ କର୍ମ ଅନୁଯାୟୀ ଫଳ ପ୍ରାପ୍ତ ହୋଇଥାଏ ବୋଲି ପ୍ରକାଶ କରିଥିଲେ, ତେଣୁ ସମସ୍ତ ସଦସ୍ୟ ସୁକର୍ମରେ ଲିପ୍ତ ରହିବା ପାଇଁ ପରାମର୍ଶ ଦେଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଲକ୍ଷ୍ମଣ ପାଣିଗ୍ରାହୀ, ଯୁଗ୍ମ ସଂପାଦକ ଗୋପାଳ ଚନ୍ଦ୍ର ମହାରଣା, ଈଶ୍ବର ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।ପୁରୀ ଶ୍ରୀଜଗନ୍ନାଥଙ୍କ ଭୋଗ ସେବନ ପରେ ଶେଷରେ କୋଷାଧ୍ୟକ୍ଷ ତଥା ଅବସରପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ