ବେଲଗୁଣ୍ଠାରେ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ଓଡ଼ିଶା ମିଲେଟସ୍ କାର୍ଯ୍ୟକ୍ରମ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ବ୍ଲକ୍ ର ସମସ୍ତ ଏଗାରଟି କ୍ଲଷ୍ଟର୍ ରେ କ୍ଲଷ୍ଟର୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ଗାଙ୍ଗପୁର କ୍ଳଷ୍ଟର୍ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗାଙ୍ଗପୁର କ୍ଲଷ୍ଟର୍ ସ୍ତରୀୟ ସୁରଭି ଏବଂ ମିଲେଟ୍ ମିଶନ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଶିକ୍ଷକ ରାମଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ବୋରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ, ପ୍ରାକ୍ତନ ସିଆରସିସି ବାଲକୃଷ୍ଣ ସାବତ, ଖଇରପୁଟି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ ମିଶ୍ର ପ୍ରଦୀପ,ଗାଙ୍ଗପୁର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ I ଏହି ଅବସରରେ ଗାଙ୍ଗପୁର କ୍ଲଷ୍ଟର୍ ସମସ୍ତ ବିଦ୍ୟାଳୟରୁ ଆସିଥିବା ଚତୁର୍ଥରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଅପରାହ୍ଣରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅତିଥି ରୂପେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡ଼ଙ୍ଗୀ,ସ୍ଥାନୀୟ ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ପ୍ରଧାନ,ବିଦ୍ୟାଳୟ ପରିଚାଳନା ସମିତି ଅଧ୍ୟକ୍ଷ ରବୀନ୍ଦ୍ର ବିଷୋୟୀ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ବୋରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ କ୍ଳଷ୍ଟର୍ ର ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ I ସେହିପରି କାଳିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୋବରା କ୍ଳଷ୍ଟର୍ ତରଫରୁ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପ୍ରଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଛି l ମୁଖ୍ୟଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଏସ ରାମେଶ୍ୱର ପାତ୍ର ଯୋଗଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ଙ୍କୁ ଶୁଙ୍ଖଳା ଓ ସାଧନାର ଗୁରୁମନ୍ତ୍ର ପ୍ରଧାନ କରିଥିଲେ l ଅନ୍ୟତମ ଅତିଥି ରୂପେ ଗୋବରା ସମିତି ସଭ୍ୟ ବିଭୁ ପାଦ ଜେନା,47 ନଂ ଜୋନ ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ବଡବୋସିଙ୍ଗି ସମିତିସଭ୍ୟା ମମତା ଭୋଳ, ଅତିରିକ୍ତ ଗୋଷ୍ଠୀଶିକ୍ଷାଅଧିକାରୀ ଭାଗ୍ୟଳତା ପ୍ରଧାନ,ଏସ. ଏମ. ସି ଅଧ୍ୟକ୍ଷ ସୁଶାନ୍ତ ଜେନା, ପ୍ରଧାନ ଶିକ୍ଷକ ଆଦିତ୍ୟ କୁମାର ବ୍ରହ୍ମା ଯୋଗ ଦେଇଥିଲେ l ଶିକ୍ଷକ ଗଣେଶ ସାହୁ,ସୂର୍ଯ୍ୟ କାନ୍ତ ପଟ୍ଟନାୟକ ପ୍ରଧାନ ଶିକ୍ଷକ ସମୀର କୁମାର ଜେନା ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ