ସତ୍ୟସାଇ ଅନୁଷ୍ଠାନ ଦ୍ୱାରା ସିପିଆର ତାଲିମ ଶିବିର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ନିକଟସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପରିସରରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ ଏକ ସିପିଆର ତାଲିମ ସିବିର ଅନୁଷ୍ଠିତ ହୋଇ୍ଯାଇଛି ।ମନୁଷ୍ୟ ଶରୀର ଏକ ମୁଲ୍ୟବାନ ଅଂଶ ହେଉଛି ହୃତପିଣ୍ଡ ।ଏହା ସମଗ୍ର ଶରୀରକୁ ରକ୍ତ ସଂଚାଳନ କରେ ।ଆଧୁନିକ ଜୀବନସୈଳୀଫାଷ୍ଟଫୁଡର ବହୁଳ ବ୍ୟବହାର ମାଦକ ଦ୍ରବ୍ୟ ସେବନ ଶାରୀରିକ ଶ୍ରମ ଅଭାବ ଉତ୍ୟାଦି କାରଣରୁ ମଣିଷ ବହୁ ସମୟରେ ହୃତଘାତର ଶିକାର ହେଉଛନ୍ତି ।ଅସମୟରେ ବହୁ ଧନଜୀବନ ନଷ୍ଟ ହେଉଚି ।ଏହ ବିନା ନୋଟିସରେ ଏକ ପରିବାର ଦୋହଲାଇଦେଉଛି ।ହୃତଘାତ ହେଲେ ଆମେ କଣ ସଚେତସୈଳି ନାଗରିକ ହିସାବରେ କଣ କରିବା ବିଶେଷକରି ଡାକ୍ତରଖାନା ନେବା ପୁର୍ବରୁ ରୋଗୀଟିର ଶ୍ୱାସକ୍ରୀୟାକୁ କିପରି ପୁନଃଜାଗ୍ରତ କରିବା ସେହି କୌଶଳ ଏହି ଶିବିରରେ ବୁଝାଯାଇଥିଲା । ସତ୍ୟସାଇ ସେବା ସଂଗଠନ ଦ୍ୱାରା ପ୍ରେରିତ ଚନ୍ଦନ,ଅବିନାସ,ମାନସ ଓ କ୍ରୀର୍ଷ୍ଣାା ଭାଇ ଭୁବନେଶ୍ୱରରୁ ଆସି ସିପିଆର ତାଲିମରଆବଷ୍ୟକତା ଏହାର କୌଶଳ ଇତ୍ୟାଦିକୁ ଅତିପ୍ରାଂଜଳ ଭାବରେ ବୁଝାଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ତାଲିମ ନେଇଥିଲେ । ସତ୍ୟସାଇ ସେବା ସଂଗଠନର କନ୍ଧମାଳ ଜିଲ୍ଲା ସଭାପତି ଏହିଶିବିରର ଆରମ୍ବରୁ ସତ୍ୟସାଇବାବା ଏବଂ ସମସ୍ତଙ୍କୁ ସ୍ୱାଗତ ପ୍ରଦାନ କରିଥିଲେ । ସତ୍ୟସାଇ ସେବା ସମିତି ବାଲିଗୁଡାର ଆବାହକ ଓ ଅନ୍ୟଭାଇଭଉଣିମାନେ ଯୋଗଦେଇ ଥିଲେ ।ଏହାପୁର୍ବରୁ ଦାରିଙ୍ଗବାଡିର ପ୍ରମିଳା ଦେବୀ ଡିଗ୍ରୀ କଲେଜ ଓଆମ୍ବେଦକର କଲେଜରେ ଅନୁଷ୍ଠିତ ହୋଇଯାଇଛି ।


