ରେମୁଣାରେ ଭାଜପାର ମିଶ୍ରଣ ପର୍ବ

ରେମୁଣା, (ସରୋଜ ପଣ୍ଡା):ଗୁରୁବାର ଦିନ ୧୧ ଘଟିକା ସମୟରେ ରେମୁଣା ନିର୍ବାଚନ ମଣ୍ଡଳୀରେ ରେମୁଣା ଭାଜପା ତରଫରୁ ଏକ ମିଶ୍ରଣ ପର୍ବ ନିର୍ବାଚନ ମଣ୍ଡଳୀ ନେତା ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନେତୃତ୍ବରେ ରେମୁଣା ବ୍ଲକ ନିକଟସ୍ଥ ଶ୍ରୀହରି କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ମିଶ୍ରଣ ପର୍ବରେ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ମିଶ୍ରଣ ସଭାରେ ବରିଷ୍ଠ କାର୍ଯ୍ୟକର୍ତ୍ତା କାର୍ତ୍ତିକ ଚନ୍ଦ୍ର ଗିରି ମଞ୍ଚ ଆହ୍ବାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ବାଲେଶ୍ବର ଭାଜପାର ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ସଭାକାର୍ଯ୍ୟ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ର,ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର,ଶୋଭନା ମହାନ୍ତି ଇତ୍ୟାଦି ଯୋଗ ଦେଇ ବାଲେଶ୍ବରର ସମସ୍ତ ଆସନ ଆଗାମୀ ନିର୍ବାଚନରେ ଭାଜପା ବିଜୟ ଲାଭ କରିବ ବୋଲି ଭବିଷ୍ୟବାଣୀ କରିଥିଲେ।୨୦୨୪ ରେ ପୁଣିଥରେ କେନ୍ଦ୍ରରେ ଭାଜପା ଏବଂ ରାଜ୍ୟରେ ଭାଜପା ସରକାର ଗଢ଼ିବ ବୋଲି ଲୋକେ ମନସ୍ଥ କରି ସାରିଲେଣି ଏବଂ ମୋଦି ଜୀ ଙ୍କର ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର ବହୁ କାର୍ଯ୍ୟକର୍ତ୍ତା ବିଜେପି ରେ ଯୋଗ ଦାନ କରିବା ପାଇଁ ଆଗଭର ହେଲେଣି।ଏହାର ଫଳ ସ୍ୱରୁପ ଆଜି ରେମୁଣା ନିର୍ବାଚନ ମଣ୍ଡଳୀ ରେ ଶତାଧିକ ଅନ୍ୟଦଳରୁ କର୍ମୀ ଆଜି ବିଜେପିର ପତାକା ଧରିବାକୁ ଏଠାରେ ଏକତ୍ରିତ ହୋଇଛନ୍ତି ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ।କିଛି ସମାଜ ସେବୀ ବିଜୟ ସେଠୀ,ତପନ ଗୁଡୁ ବିଜେଡି ସମର୍ଥିତ ସମିତି ସଭ୍ୟ ରଣସାହି ଗ୍ରା. ପ. ର କରୁଣାକର ବେହେରା,ପୂର୍ବତନ ସରପଞ୍ଚ ସୁଦର ମୋହନ ନାୟକ,୩୯ ଜୁନ ରୁ ବିଜେଡି ଜିଲ୍ଲାପରିଷଦ ପଢିଥିବା ଶ୍ରୀ ଅମରେଶ ମାଝୀ,ମତ୍ସ୍ୟଯିବି ସୋସାଇଟିର ସଭାପତି ସୋମନାଥ ମଲ୍ଲିକ,ଅଚ୍ୟୁତା ନନ୍ଦ ମଲ୍ଲିକ,ହରିପୁର ବିଜେଡି ସମର୍ଥିତ ସମିତି ସଭ୍ୟ ଲଢ଼ୁଥିବା ବୁଦ୍ଧିଆ ସୋରେନ,ଅମିତ୍ ସିଂ,ନୂଆଗାଁ ଗ୍ରାମପଞ୍ଚାୟତରୁ କାଟି ଦାସ,କୁନି ସିଂ,ସୁକ ବିନ୍ଧାଣି,ନର ବେହେରା,ରେମୁଣା NAC ରୁ ପ୍ରିୟ ମୋହନ ବାରିକ, କଟି ବାବୁ ଇତ୍ୟାଦି।ଏହାଛଡା ହିଡିଗାଁ, ଦୁର୍ଗାଦେବୀ, ସୁତେଇ,ଭୀମପୁରା,ମନ୍ଦାରପୁର୍, ନୂଆପାଢ଼ୀ , ପତ୍ରିପାଳ,ଶେରଗଡ଼ ପଞ୍ଚାୟତ ଆଦିରୁ ଶତାଧିକ ବିଜେଡି ଓ କଂଗ୍ରେସ ରୁ ଆସିଥିବା କର୍ମୀ ବିଜେପି ରେ ଯୋଗ ଦେଇଥିଲେ।ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ବର ବିଜେପି ସଭାପତି ଉମାକାନ୍ତ ମହାପାତ୍ର ଓ ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ବିଭିନ୍ନ ଦଳର କର୍ମୀଙ୍କୁ ବିଜେପି ଦଳର ଟୁପି ଓ ଉତ୍ତରୀୟ ପିନ୍ଧାଇ ସ୍ବାଗତ କରିଥିଲେ।ଶେଷରେ ନଗର NAC ସଭାପତି କାହ୍ନୁ ଚରଣ ବେହେରା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ