ଆଜି ହେଉଛି ବିଶ୍ୱ ଅଣ୍ଡା ଦିବସ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):“ସନ୍ଡେ’ ହୋ ୟା ମନ୍ଡେ’, ରୋଜ ଖାଓ ଅଣ୍ଡେ” । ଟେଲିଭିଜନରେ ଏହି ଚର୍ଚ୍ଚିତ ଓ ଲୋକପ୍ରିୟତା ହାସଲ କରିଥିବା ବିଜ୍ଞାପନଟିକୁ ବିଶ୍ୱ ଅଣ୍ଡା ଦିବସରେ ମନେ ପକାଇ ଦେଇଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ଆଜି ହେଉଛି ଅକ୍ଟୋବର ମାସ ଦ୍ୱିତୀୟ ଶୁକ୍ରବାର । ଏହି ଦିନଟିକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଇଥାଏ । ଏହି ଅବସରରେ ଶାନ୍ତନୁ ନିଜ କଳାକୃତି ଜରିଆରେ ସାରା ବିଶ୍ୱକୁ ଦେଇଛନ୍ତି ଜନସଚେତନତାର ବଳିଷ୍ଠ ବାର୍ତ୍ତା । ଅଣ୍ଡା ଖାଇବାକୁ ପ୍ରାଧାନ୍ୟ ଦେଇ ଅଣ୍ଡା ଉପରେ ନିଖୁଣ ଭାବେ ତିଆରିଛନ୍ତି ନାନା ପ୍ରକାରର ଆକର୍ଷଣୀୟ କାର୍ଟୁନ ଚିତ୍ର । ଯାହା ସମସ୍ତଙ୍କୁ ବେଶ୍ ଆକର୍ଷିତ କରିବା ସହ ଅଣ୍ଡାର ମହତ୍ତ୍ୱକୁ ବେଶ୍ ଉପଲବ୍ଧ କରିପାରିବେ । ଶାନ୍ତନୁ କୁହନ୍ତି ଅଣ୍ଡାରେ ଥାଏ ପ୍ରଚୁର ଭିଟାମିନ୍ । ଅଣ୍ଡାକୁ ଉଚ୍ଚମାନର ପ୍ରୋଟିନ୍ର ଉତ୍ସ ବୋଲି କୁହାଯାଇଥାଏ । ଏଥିରେ ଭିଟାମିନ୍ ‘ବି’ ଏବଂ ଭିଟାମିନ୍ ‘ଡ଼ି’ ଥାଏ । ଅଣ୍ଡା ବିଭିନ୍ନ ରୋଗ ପାଇଁ ମଧ୍ୟ ରୋଗଉପଶମକାରୀ ଔଷଧ ରୂପେ କାମ କରିଥାଏ । ଶାନ୍ତନୁଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସିତ ହେବା ସହ ବିଭିନ୍ନ ମହଲରେ ଏହାକୁ ସ୍ୱାଗତ କରାଯାଇଥିବାର ଜଣାପଡ଼ିଛି ।


