ତ୍ରିଦିବସୀୟ ସାମର୍ଥ୍ୟ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଉଚ୍ଚ ବିଦ୍ୟାଳୟ ଠାରେ ତ୍ରିଦିବସୀୟ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟତ୍ରୀ ସୁଜାତା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ବିଇଓ ଅଧିର କୁମାର ତରାଇ ଯୋଗଦେଇ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ସାମର୍ଥ୍ୟ ଶିବିର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ବଳ ଶିକ୍ଷକ ରଞ୍ଜନ ମହାନ୍ତି, ଜଗବନ୍ଧୁ ମହାନ୍ତି, ରଶ୍ମିରଞ୍ଜନ ଦାସ, ବିଶ୍ୱରଞ୍ଜନ ଷଣ୍ଢ ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ମତ ଦେଇଥିଲେ। ଉକ୍ତ ଶିବିରରେ ପାଞ୍ଚ ଗୋଟି କ୍ଲଷ୍ଟରୁ ପ୍ରାୟ ୩୮ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। ଅନୁରୂପ ଭାବେ ହାରାମଣି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।