ଯୁବ କଂଗ୍ରେସର ନବୀନ ନିବାସ ଘେରାଉ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାରେ ଅଣଓଡ଼ିଆ ଶାସନ, ଅଣଓଡ଼ିଆ ଠିକାଦାରଙ୍କ ପ୍ରିୟାପ୍ରୀତି ପୋଷଣ, ମେଧାବୀ ଛାତ୍ରଛାତ୍ରୀମାନଙ୍କ ବୃତ୍ତି ଟଙ୍କାକୁ ଲୁଟ୍‌କୁ ବିରୋଧ ଏବଂ ଓଡ଼ିଆ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବା ଦାବିରେ ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବୀନ ନିବାସ ଘେରାଉ କରାଯିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଡ଼ିସିପି ପ୍ରତୀକ ସିଂଙ୍କ ମାଧ୍ୟମରେ ଏକ ଦୀବପତ୍ର ପ୍ରଦାନ କରାଯାଇଛି ।ଭୁବନେଶ୍ୱରସ୍ଥିତ ଫରେଷ୍ଟ ପାର୍କଠାରୁ ରାଜ୍ୟ ସାଧାରଣ ସମ୍ପାଦକ ନଳିନୀକାନ୍ତ ନାୟକ, ସୁଦିପ ସାମଲଙ୍କ ନେତୃତ୍ୱରେ ୫୦୦ରୁ ଉର୍ଦ୍ଧ୍ୱ ଯୁବକଂଗ୍ରେସ କର୍ମୀ ନବୀନ ନିବାସ ଘେରାଉ କରିବା ଉଦ୍ଦେଶ୍ୟରେ ଯିବା ସମୟରେ କମିଶନରେଟ ପୋଲିସ୍ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲେ । ଫଳରେ ପୋଲିସ୍ ଏବଂ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହେବାରୁ ପୋଲିସ୍ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିଲା । ଯୁବ କଂଗ୍ରେସ ନେତା ନଳିନୀକାନ୍ତ ନାୟକ କହିଛନ୍ତି ଯେ, ଓଡ଼ିଶାରେ ଅଣଓଡ଼ିଆ ଶାସନ ଚାଲିଛି, ଓଡ଼ିଆ ସମାଜର ଆତ୍ମସମ୍ମାନ ଓ ସ୍ୱାଭିମାନକୁ କ୍ଷୁର୍ଣ୍ଣ କରାଯାଉଛି । ଓଡ଼ିଶାରେ ଅଣଓଡ଼ିଆ ଠିକାଦାରଙ୍କ ପ୍ରତି ପ୍ରିୟାପ୍ରୀତି ପୋଷଣ କରାଯାଉଛି । ଓଡ଼ିଆ ଠିକାଦାରଙ୍କୁ ସେମାନଙ୍କ ହକ୍‌ରୁ ନିବୃତ୍ତ କରାଯାଉଛି । ନିକଟରେ ସି.ଏ.ଜିଙ୍କ ରିପୋର୍ଟ ମୁତାବକ ଓଡ଼ିଶାର ମେଧାବୀ ଛାତ୍ରଛାତ୍ରୀମାନଙ୍କ ବୃତ୍ତିକୁ ଲୁଟ୍ କରାଯାଇଥିବାର ତଥ୍ୟ ସାମ୍ନାକୁ ଆସିଛି । ୨୦୧୭-୧୮ ଠାରୁ ୨୦୨୦-୨୧ ଆର୍ଥିକ ବର୍ଷ ଅବଧିରେ ୧୧,୮୦୦ ଛାତ୍ରଛାତ୍ରୀ ଉଭୟ ପିଏମ୍‌ଏସ୍ (୬.୯୧ କୋଟି) ଓ ମେଧାବୃତ୍ତି (୬.୮୦ କୋଟି) ପ୍ରଦାନ କରାଯାଇଥିଲା । ୯୭୩ ଜଣ ସମାନ ଛାତ୍ରଛାତ୍ରୀମାନଙ୍କ ଠାରୁ ଏକାଧିକ ଆବେଦନ ପ୍ରେରଣା ସଫ୍ଟୱେୟାର ପଞ୍ଜିକୃତ କରାଯାଇଥିଲା ତାହା ସେମାନଙ୍କୁ ଭିନ୍ନ ଅନୁଷ୍ଠାନରେ ଭିନ୍ନ ପାଠ୍ୟକ୍ରମର ଛାତ୍ରଛାତ୍ରୀ ଭାବରେ ଦର୍ଶାଉଥିଲା ଏବଂ ସେମାନଙ୍କୁ ପ୍ରତ୍ୟେକ ପାଠ୍ୟକ୍ରମ ନିମନ୍ତେ ୨.୪୩ କୋଟି ଟଙ୍କାର ପିଏମ୍‌ଏସ୍ ପ୍ରଦାନ କରାଯାଇଥିଲା । ପିଲାଙ୍କ ନାମରେ କଲେଜକୁ ଯାଉଥିଲା ବୃତ୍ତି ଟଙ୍କା, ଡ୍ରପ ଆଉଟ ଓ ପାସ୍ ଆଉଟ ଛାତ୍ରଛାତ୍ରୀଙ୍କୁ ମିଳୁଛି ବୃତ୍ତି । ୪ ବର୍ଷରେ ୫୮ କୋଟିର ଲୁଟ୍ ସାମ୍ନାକୁ ଆସିଛି । ଏହି ସିଏଜ୍‌ଜି ରିପୋର୍ଟ ଆଧାରରେ ଶ୍ରୀ ନାୟକ ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ଏହି ଲୁଟରେ ନେତା, ଉଚ୍ଚସ୍ତରୀୟ ଅଫିସରଙ୍କ ସମ୍ପୃକ୍ତିକୁ ନେଇ ମଧ୍ୟ ସନ୍ଦେହ ବ୍ୟକ୍ତ କରିଛନ୍ତି ।ନିକଟରେ ବିଧାନସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ଶିିକ୍ଷିତ୧୧,୦୬,୫୩୫ ଜଣ ଯୁବକ ଯୁବତୀ ରାଜ୍ୟର ବିଭିନ୍ନ ନିୟେଜନ କାର୍ଯ୍ୟାଳୟରେ ପଞ୍ଜିକରଣ କରିଛନ୍ତି । ୨୦୧୯ରୁ ୨୦୨୩ ୫ ବର୍ଷ ଭିତରେ ଯଥାକ୍ରମେ ୧୦୫୩,୮୩,୧୭୨, ୫୯, ୪୯୯ ସମୁଦାୟ (୧୮୬୬ଜଣ) ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ ନିଯୁକ୍ତି ମିଳିଛି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ଓଡ଼ିଶାର ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତ ନପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ ସମସ୍ୟାକୁ ଗୁରୁତର ସହ ବିଚାର ନକରି ନୀରବ ରୁହନ୍ତି, ତେବେ ସାରା ରାଜ୍ୟରେ ଆନ୍ଦୋଳାନତ୍ମକ ପନ୍ଥା ଅବଲମ୍ବନ କରାଯିବ ଓ ସବୁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରାଯିବ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଭୂଷଣ ମହାପାତ୍ର, ବିଭୂତି ଭୂଷଣ ମହାପାତ୍ର, ବିଭୁ ପ୍ରସାଦ ଜେନା, ତାପସ ଦେ, ସଫଳ ସମନ୍ୱୟଙ୍କ ସମେତ ଶତାଧିକ ଯୁବ କଂଗ୍ରେସ କର୍ମୀ ଯୋଗଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ