ନାଉଗାଁ ବ୍ଲକରେ ଘରେ ଘରେ ହାତ କାର୍ଯ୍ୟକ୍ରମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଶୁକ୍ରବାର ଜଗତସିଂହପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଲକର ଜୋନ-୧ରେ ଘରେ ଘରେ କଂଗ୍ରେସ,ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନାଉଗାଁ ବ୍ଲକ କଂଗ୍ରେସ କମିଟିର ସଭାପତି ନିରଂଜନ ବେହୁରାଙ୍କ ନେତୃତ୍ୱରେ ଏକ ପଦଯାତ୍ରା ନୂଆଗାଁ ପଂଚାୟତର ଶୁଦ୍ଧକଣ୍ଠି ଛକରୁ ବାହାରି ଗଜରାଜପୁର ପଂଚାୟତର ବାହାଲିଆ ଛକରେ ଶେଷ ହୋଇଥିଲା । ଏହି ପଦଯାତ୍ରାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନଟବର ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଦୁଃଶାସନ ନାୟକ, ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ପରିଡା, ଓଷକଣା ପଂଚାୟତର ପୂର୍ବତନ ସରପଂଚ କାର୍ତିକ ମୁଦୁଲି, ବରିଷ୍ଠ କଂଗ୍ରେସ ନେତା ସୁବ୍ରତ ରାୟ, ନୂଆଗାଁ ସରପଂଚ ଦୋଳଗୋବିନ୍ଦ ରାଉଳ, ସମିତି ସଭ୍ୟା ସୁଶ୍ରୀ ଶାବଣୀ ରାୟ, ରୋହିଆ ପଂଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଦ୍ମଚରଣ ରାଉତ, ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ସୁନିଲ ମାଟିଆ,ପ୍ରିତମ ପରିଜା, ସୁବାସ ମହାନ୍ତି, ସୁଶାନ୍ତ ସାହୁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସ୍ମୃତିରଂଜନ ଜେନାଙ୍କ ସମେତ ବ୍ଲକର ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ ।


