ଆବାସ ଯୋଜନାରେ ନବନିର୍ମିତ ଗୃହରେ ପ୍ରବେଶ ଉତ୍ସବ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ବ୍ଳକର ୨୧ଗୋଟି ପଞ୍ଚାୟତରୁ ଫନି ସହାୟତାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା  ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ପାଇଥିବା ୩୨୬ ଜଣ ହିତାଧିକାରୀଙ୍କ ନୂତନ ଗୃହ ପ୍ରବେଶ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଡିଓ ସୁବ୍ରତ କୁମାର ଜେନା, ସହକାରୀ ନିର୍ବାହୀ ଯନ୍ତୀ, ସରପଞ୍ଚ , ନିର୍ବାହୀ ଅଧିକାରୀ , ସରପଞ୍ଚ,ସମିତିସଭ୍ୟ , ଓ୍ବାର୍ଡସଭ୍ୟ/ ସଭ୍ୟା ସମେତ ବ୍ଳକ ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ । ପଞ୍ଚାୟତ ଏବଂ ବ୍ଳକ ପ୍ରଶାସନ ଉପସ୍ଥିତିରେ ସରକାରୀ ତଥା ପାରମ୍ପରିକ ରୀତିନୀତି ଅନୁଯାୟୀ ପ୍ରତି ପରିବାରନବ ନିର୍ମିତ ଗୃହ ମଧ୍ୟରେ ପ୍ରବେଶ କରିଥିଲେ । ଏହି ପରିବାରକୁ ୨୦୨୩- ୨୪ ଆଥିକ ବର୍ଷାରେ ପ୍ରଧାନମନ୍ତୀ ଆବାସ ଯୋଜନାରେ ଘର ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହୋଇଥିଲା। । ପକ୍କାଘର ଖଣ୍ଡିଏ ଲେଖାଏଁ ପାଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ହିତାଧିକାରୀଙ୍କ ପରିବାର ସଦସ୍ୟ କୃତଜ୍ଞତା ଜଣାଇଛନ୍ତି ପରିବାର ଲୋକେ ।ନିଜସ୍ୱ ଉଦ୍ୟମ ବଳରେ ହିତାଧିକାରୀ ପରିବାରକୁ ଅଗ୍ରାଧିକାର ଭିତ୍ତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବା ସହିତ ସେଗୁଡିକର ନିୟମିତ ତଦାରଖ ଓ ସମୀକ୍ଷା ସହିତ ବିଡିଓ ଶ୍ରୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାସକ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିଥିବାରୁ ପ୍ରତ୍ୟେକେ ୨୦ ହଜାର ଟଙ୍କାର ପୁରସ୍କାର ରାଶି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ପ୍ରକାଶଥାଉ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫନି ସହାୟତା ସ୍ୱରୂପ ୨୨୮ ହିତାଧିକାରୀ ମଧ୍ୟରୁ ୧୨୯ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୫୦୫ ହିତାଧିକାରୀଙ୍କ ମଧ୍ୟରୁ ୨୯୭ଜଣଙ୍କ ନୂତନ ଗୃହ ପ୍ରବେଶ ଉତ୍ସବ ସଂକଳ୍ପ ପୂଜା ଧାର୍ମିକ ବିଧି  ମୁତାବକ ଆନନ୍ଦ, ଉଲ୍ଲାସ, ଉତ୍ସାହ, ଉଦ୍ଦୀପନା ଓ ଉନ୍ମାଦନା ସହ ସମ୍ପୂର୍ଣ ହୋଇଥିଲା।ଜିଲ୍ଲା ପ୍ରଶାସନ ତରଫରୁ ହିଞ୍ଜିଳି କାଟୁ ବ୍ଲକ ନିମନ୍ତେ ୩୭୫ ଗୃହ ଧାର୍ଯ୍ୟ ଲକ୍ଷ୍ୟ ଥିବାବେଳେ ବ୍ଲକ ପ୍ରଶାସନ ୪୨୬ ଗୃହ ନିର୍ମାଣ କରି ଜିଲ୍ଲାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ