ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଉର୍ଜାଙ୍କୁ ସମ୍ମାନରେ ସମ୍ମାନୀତ
ଗଂଜାମ, (ଯୁଗାବ୍ଦ ନ୍ୟୁଜ): ଗଂଜାମ ବ୍ଲକ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ଙ୍କୁ ସରକାରଙ୍କ ବିଭିନ୍ନ ସ୍କିମର ଉତ୍କୃଷ୍ଟ ସମ୍ପାଦନା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉର୍ଜା ସମ୍ମାନ ସମ୍ମାନୀତ କରିଛନ୍ତି । ଗୋପାଳପୁର ସ୍ଥିତ ପ୍ରତୀକ୍ଷା ହୋଟେଲ ପରିସରରେ ଡିଆରଡିଏ ପକ୍ଷରୁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଉର୍ଜା ସମ୍ମାନ ୨୦୧୯ ଆୟୋଜିତ ହୋଇଥିଲା । ଗଂଜାମ ଜିଲ୍ଲା ପାଳ ବିଜୟ ଅମୃତା କୁଲାଙ୍ଗେ , ଡିଆରଡିଏ ପିଡି – ସିଦ୍ଧାଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲା ପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଏପିଡି ରବିନାରାୟଣ ତ୍ରିପାଠୀ, ପ୍ରମୁଖ ଉପସ୍ଥିତ ଥୁଲେ । ଏହି ଅବସରରେ ସରକାରୀ ଯୋଜନାକୁ ଲୋକ ଙ୍କ ପାଖରେ ସଫଳତା ର ସହ ପହଞ୍ଚାଇବା ଓ ଉତ୍କୃଷ୍ଟ ସମ୍ପାଦନା ପାଇଁ , ଗଂଜାମ ବିଡ଼ିଓ ରାୟଙ୍କୁ ଚଳିତ ବର୍ଷ ର ଉର୍ଜା ଯୋଜନା 2019ରେ ସମ୍ମାନୀତ ହୋଇଥିଲେ ଜିଲ୍ଲାପାଳଙ୍କ ଦ୍ଵାରା ଏହି ଉତ୍ସବରେ ଗଞ୍ଜମ ଜିଲ୍ଲାର ସମସ୍ତ ବିଡ଼ିଓ, ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।