ନାଉଗାଁ ବ୍ଳକରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଖେଳ ପଡିଆ ପରିସରରେ ଗୁରୁବାର ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ପାଇଁ ଅନୁମୋଦିତ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିଥିଲେ । ଆମ ଓଡିଶା ନବୀନ ଓଡିଶାର ଅଧ୍ୟକ୍ଷ ଭି. କେ ପାଣ୍ଡିୟାନ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ୱାରା ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଉକ୍ତ ବ୍ଳକର ୧୬ଗୋଟି ପଂଚାୟତ ପାଇଁ ମୋଟ ୮କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ୨୩୯ଟି ପ୍ରକଳ୍ପ ଅନୁମୋଦନ କରାଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ ଯୋଗ ଦେଇ ଅଭିଭାଷଣ ରଖିଥିବା ବେଳେ ଆୟୋଜିତ ସଭାରେ ବ୍ଳକ ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା, ବ୍ଲକ ଉପାଧ୍ୟକ୍ଷ ସୁଜିତ ପୁହାଣ, ବିଡିଓ ତପନ ମହାପାତ୍ର, ସହକାରୀ ଯନ୍ତ୍ରୀ ଇଂ. ଅଙ୍କିତା ଜାଲିଙ୍କ ସମେତ ବ୍ଳକର ବିଭିନ୍ନ ବିଭାଗର ସମସ୍ତ ପଦାଧିକାରୀ, ମିଶନ ଶକ୍ତିର ସମସ୍ତ ମା, ବିଭିନ୍ନ ପଂଚାୟତର ସମିତି ସଭ୍ୟ, ସରପଂଚ ଆଦି ଯୋଗ ଦେଇଥିଲେ । ଏବିଡିଓ ଦେବେନ୍ଦ୍ର କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ବେଳେ କନିଷ୍ଠ ଯନ୍ତ୍ରୀ ଶାରଦା ପ୍ରସନ୍ନ ସ୍ୱାଇଁଙ୍କ ସହିତ ଅନ୍ୟ କନିଷ୍ଠ ଯନ୍ତ୍ରୀ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ଅଲଣା ପଂଚାୟତ ସରପଂଚ ଚନ୍ଦ୍ରମଣୀ ବେହେରା, ପୂର୍ବତନ ସମିତି ସଭ୍ୟ ମନ୍ମଥ ଓଝା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ