ହାବିଲଦାର ଓ କନଷ୍ଟେବଲ ଶାଖା ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶା ପୋଲିସ୍ ଗଞ୍ଜାମ ଜିଲ୍ଲା ହାବିଲଦାର ଓ କନଷ୍ଟେବଲ ଶାଖା ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ ସମାରୋହ ସହିତ ସର୍ବସାଧାରଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଗଂଜାମ ପୋଲିସ ଜିଲ୍ଲାର ଡିଆଇବି ଡିଏସପି ରଂଜନ କୁମାର ଦେ ସଂଘର ନବ ନିର୍ବାଚିତ ସଭାପତି ଗୋରାଚାନ୍ଦ ତ୍ରିପାଠୀ, ଉପ ସଭାପତି ଜି. ଗଣେଷ ରାଓ, ସମ୍ପାଦକ ସୁବାସ ଚନ୍ଦ୍ର ସେଠୀ, ଯୁଗ୍ମ ସମ୍ପାଦକ ୧ ବି. ହେମନ୍ତ କୁମାର, ଯୁଗ୍ମ ସମ୍ପାଦକ ୨ ନୀଳମାଧବ ବେହେରା, କୋଷାଧ୍ୟକ୍ଷ ଜି. ମନୋଜ କୁମାର, କାର୍ଯ୍ୟକାରୀ ସଭ୍ୟ ମନୋଜ କୁମାର ରଥ, ଏସ୍‌. ପ୍ରହ୍ଲାଦ ରେଡ୍ଡୀ, ସବନ୍ତୁନୁ କୁମାର ପ୍ରଧାନ, ଉମାକାନ୍ତ ବେହେରା ଓ ତପନ କୁମାର ନାୟକଙ୍କୁ ଶପଥ ପାଠ କରାଇଥିଲେ । ବୈଠକରେ ସମସ୍ତ ସଭ୍ୟଙ୍କ ସହମତି ପ୍ରକାରରେ ହାବିଲଦାର ଅନିଲ କୁମାର ପଟ୍ଟନାୟକଙ୍କୁ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଭ୍ୟ ଭାବେ ମନୋନୀତ କରାଗଲା । ଗଞ୍ଜାମ ଜିଲ୍ଲା ବହୁ ପୁରାତନ ଜିଲ୍ଲା । ବର୍ତ୍ତମାନ ଏଠାରେ ୨୫ ଟି ଥାନା, ୫ ଟି ଫାଣ୍ଡି ଓ ୧୪ ଟି କୋର୍ଟ ଅବସ୍ଥାପିତ ହୋଇଅଛି । ବିଭିନ୍ନ ଆଇନ ଶୃଙ୍ଖଳା, ଭିଆଇପି ଓ ଭିଭିଆଇପି ମାନଙ୍କ ଗସ୍ତ କୋର୍ଟରୁ ମୁଦଲା ଚାଲାଣ ନିମନ୍ତେ ଫୋର୍ସ ମୃତୟନ ବେଳେ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏଣୁ ଜିଲ୍ଲାରେ ବର୍ତ୍ତମାନର କନଷ୍ଟେବଲ ସଂଖ୍ୟା ଠାରୁ ଆହୁରି ଅଧିକ କନଷ୍ଟେବଲ ସଂଖ୍ୟା ୧୦୦ କୁ ବୃଦ୍ଧି କରିବା. ଛତ୍ରପୁର ପୁରୁଣା ପୋଲିସ୍ ଲାଇନ ଓ ନୁଆଁ ପୋଲିସ୍ ଲାଇନକୁ କଂକ୍ରିଟ ରୋଡ୍ କରିବା ସହିତ ଜଳ ନିଷ୍କାସନ ବା ଡ୍ରେନେଜ ସିଷ୍ଟମ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ କରିବା, ଜିଲ୍ଲାର ପ୍ରତ୍ୟେକ ଥାନାରେ ନିୟମିତ ଭାବେ ଗ୍ରାମ୍ୟ ଭ୍ରମଣ ଏବଂ ସମନ ବଣ୍ଟନ ନିମନ୍ତେ ମୁତୟନ କନଷ୍ଟେବଲ କିମ୍ବା ହାବିଲଦାରଙ୍କୁ ଉକ୍ତ ଥାନାରେ ଥିବା ସରକାରୀ ଗାଡି ସହିତ ଇନ୍ଧନ ଯୋଗାଇ ଦେବା, ଆସିକା ସବଡିଭିଜନ କାର୍ଯ୍ୟାଳୟ ରେ ବର୍ଷର ଅଧିକାଂଶ ସମସୟ ବିଭୀନ୍ନ ଆଇନ ଶୃଙ୍ଖଳା ପରିସ୍ଥିିତି ସୃଷ୍ଟି ହେଉଥିବା ଯୋଗୁଁ ସେଠାରେ ନିୟମିତ ଭାବେ ନିୟୋଜିତ ହୋଇଥିବା ଏକ ପ୍ଲାଟୁନ ପୋଲିସ୍ ଫୋର୍ସଙ୍କ ନିମନ୍ତେ ୬୦ ଶର୍ଯ୍ୟା ବିଷିଷ୍ଟ ଆରକ୍ଷୀ ନିବାସ ନିର୍ମାଣ କରିବା, ଗଞ୍ଜାମ ଜିଲ୍ଲା ୧୦୦ ବ୍ୟାରେକ୍ ଓ ୬୦ ମହିଳା ବ୍ୟାରେକ୍ ଏବଂ ଆରଓ ର ଶୌଚାଳୟ ମରାମତି ଏବଂ ଝରକା, କବାଟ ଗୁଡିକର ମରାମତି କରିବା ଓ ବିଦ୍ୟୁତ ସଂଯୋଗ କରାଇବା, କାର୍ଯ୍ୟରତ ଆରକ୍ଷି ମାନଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ବ୍ରହ୍ମପୁର ଏମକେସିଜି ଯିବା ପାଇଁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବା, ଗଞ୍ଜାମ ଜିଲ୍ଲା ଛତ୍ରପୁର ରିଜର୍ଭ ଅଫିସ୍ ରେ ଗୋଟିଏ ବାଇକ ଷ୍ଟାଣ୍ଡ କରାଇବା ଓ ଗଞ୍ଜାମ ଜିଲ୍ଲା ପୁରୁଣା ପୋଲିସ୍ ଲାଇନ ଓ ନୁଆଁ ପୋଲିସ୍ ଲାଇନର ସମସ୍ତ ସରକାରୀ ବାସଗୃହ ଗୁଡିକ ମରାମତି କରିବା ସକାଶେ ଏକ ସ୍ମାରକ ପତ୍ର ସଂଘ ପକ୍ଷରୁ ଉକ୍ତ ବୈଠକରେ ଗଂଜାମ ଏସପିଙ୍କ ଉଦ୍ଦେଶ୍ୟରେ ଡିଆଇବି ଡିଏସପି ଶ୍ରୀ ଦେ ଙ୍କୁ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ