କାର୍ତ୍ତିକ ରେ ପରିବା ଦର ଆକାଶ ଛୁଆଁ

ନିମାପଡ଼ା, (ସନ୍ତୋଷ ଦାସ):ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ। ଲୋକମାନେ ସାଧାରଣତଃ ନିରାମିଷ ଭୋଜନ ଖାଉଛନ୍ତି। ଏହି ସମୟରେ ବିଭିନ୍ନ ପନିପରିବା ଦର ଆକାଶଛୁଆଁ ହୋଇଥିବାରୁ ସାଧାରଣ ଲୋକଙ୍କ ପକେଟ କୁ ବାଧୁଛି ବୋଲି କହିଛନ୍ତି ନରସିଂହପୁର ଗ୍ରାମ ର ଅନ୍ନଦା ଶଙ୍କର ସାହୁ ଓ ଯୋଗେଶ୍ୱରପୁର ଗ୍ରାମ ର ବିଷ୍ଣୁ ପଣ୍ଡା। ଏବେ ବଜାର ରେ ବାଇଗଣ କିଗ୍ରା ପ୍ରତି ୩୦/୩୫ ଟଙ୍କା, ପୋଟଳ ୬୦/୭୦ ଟଙ୍କା, କଲରା ୭୦ ଟଙ୍କା ,କାଙ୍କଣ ୭୦/୮୦ ଟଙ୍କା , ଝୁଡୁଙ୍ଗ ୬୦/୭୦ ଟଙ୍କା, ଫୁଲ କୋବି ଗୋଟା ୪୦/୫୦ ଟଙ୍କା, ବନ୍ଧା ୩୦ ଟଙ୍କା ,ଗାଜର ୪୦ ଟଙ୍କା, ବିଟ ୪୦ ଟଙ୍କା,କନ୍ଦମୂଳ ୪୦ ଟଙ୍କା, ଟମୋଟୋ ୫୦/୬୦ ଟଙ୍କା ,ବିନ ୪୦/୫୦ ଟଙ୍କା, କଖାରୁ ୨୦ଟଙ୍କା , ଅମୃତଭଣ୍ଡା ୨୦ ଟଙ୍କା ,କାକୁଡି ୪୦ ଟଙ୍କା ଦର ରେ ବିକ୍ରୀ ହେଉଛି। ନୟାହାଟ କୁ କଟକ,ବରଗଡ଼, ଭୁବନେଶ୍ୱର ରୁ ନିୟମିତ ପନିପରିବା ଆଣି ନୟାହାଟ ଓ ଏହାର ଆଖପାଖ ଅଞ୍ଚଳ ରେ ଖୁଚୁରା ଦୋକାନୀ ମାନଙ୍କୁ ବିକ୍ରୀ କରୁଥିବା ନୟାହାଟ ର ପରିବା ବ୍ୟବସାୟୀ ଗଣେଶ ଚନ୍ଦ୍ର ପାତ୍ର ଙ୍କୁ ପଚାରିବାରେ ସ୍ଥାନୀୟ ଅଞ୍ଚଳ ରେ ଉତ୍ପାଦନ ହେଉଥିବା ପରିବା ଏହି ଅଞ୍ଚଳ କୁ ଯଥେଷ୍ଟ ହେଉ ନ ଥିବାରୁ ବାହାର ଅଞ୍ଚଳ ରୁ ବାଧ୍ୟ ହୋଇ ପନିପରିବା କିଣି ଆଣି ଏଠାରେ ବିକ୍ରି କରୁଛୁ। ପନିପରିବା ଦର ବୃଦ୍ଧି ପାଇଥିବା ସେ ସ୍ୱୀକାର କରିଥିଲେ। ଅନ୍ୟ ଜଣେ ବ୍ୟବସାୟୀ ସଦାଶିବ ମହାନ୍ତି କୁହନ୍ତି ଉଚ୍ଚା ମୂଲ୍ୟ ରେ ପନିପରିବା କିଣା ଯାଉଥିବାରୁ ଅଧିକ ଦର ରେ ବିକ୍ରୀ ହେଉଛି। ଶୀତ ଋତୁ ରେ ସ୍ଥାନୀୟ ଅଞ୍ଚଳ ରୁ ପନିପରିବା ଉପ୍ତାଦନ ହେଲେ ଦର ହ୍ରାସ ପାଇବ। ତେବେ କାର୍ତ୍ତିକ ମାସ ରେ ପନିପରିବା ଦର କମିବା ବଦଳରେ ବୃଦ୍ଧି ପାଇବ ବୋଲି କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ