ରାଣୀପଡା ଲଙ୍ଗଳେଶ୍ବର ମନ୍ଦିରରୁ ଚୋରି
ପୋଲସରା, (ଅନିଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ପୋଲସରା ଏନଏସି ର ରାଣୀପଡାରେ ଥିବା ଲଙ୍ଗଳେଶ୍ୱର ଶିବ ମନ୍ଦିରରେ ଚୋରି ହୋଇଥିବା ଜଣାପଡିଛି। ଗତ କାଲି ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର ଥିବା ହେତୁ ଲଙ୍ଗଳେଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଶ୍ରଦ୍ଧାଳୁମାନେ ଦାନ କରିଥିବା ଜାଣି ଗତ ରାତ୍ରରେ ଚୋରମାନେ ମନ୍ଦିରର ତାଲା ଭାଙ୍ଗି ଚୋରି କରିଥିବା ଜଣାପଡିଛି। ମନ୍ଦିରର ମୁଖ୍ୟ ଫାଟକ, ଷ୍ଟୋର ରୁମ୍ ଓ ମନ୍ଦିର ତାଲା ଏବଂ ହୁଣ୍ଡି ଭାଙ୍ଗି ପ୍ରାୟ ୨୫ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇଥିବା ଅନୁମାନ କରାଯାଉଛି । ମଙ୍ଗଳ ବାର ସକାଳୁ ପୂଜକ ପୂଜା କରିବାକୁ ମନ୍ଦିରକୁ ଗଲା ବେଳେ ମନ୍ଦିର ସମସ୍ତ ତାଲା ଭଙ୍ଗାହୋଇଥିବା ଦେଖିଲେ। ପୂଜକ ଚୋରି ହୋଇଥିବା ନେଇ ମନ୍ଦିର କମିଟିଙ୍କୁ ସଙ୍ଗେ ସଙ୍ଗେ ଜଣାଇଥିଲେ । କମିଟି ସଦସ୍ୟ ବୃନ୍ଦ ମନ୍ଦିରକୁ ଆସି ଦେଖିବା ପରେ ପୋଲସରା ପୋଲିସ ଥାନାରେ ଅଭିଯୋଗ ଦେଇଥିଲେ। ଅଭିଯୋଗ ପରେ ପୋଲିସ୍ ମନ୍ଦିରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।