ଭିନ୍ନକ୍ଷମଙ୍କୁ ନିମ୍ନମାନର ବେଟେରୀ ଗାଡି ଯୋଗାଣକୁ ନେଇ ବଢ଼ୁଛି ଅସନ୍ତୋଷ

ହାଟଡିହିି, (ବିକାଶ ବିଶ୍ୱାଳ ) : ଦିବ୍ୟାଙ୍ଗ ମାନଙ୍କ ଯାତାୟତର ସୁବିଧା ପାଇଁ ସରକାର ଯୋଗାଇ ଦେଇଛନ୍ତି ତିନିଚକିଆ ବ୍ୟାଟେରୀ ଚାଳିତ ସାଇକେଲ । କିନ୍ତୁ ଏହି ବ୍ୟାଟେରୀ ଚାଳିତ ସାଇକେଲ ଗୁଡିକ ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ହିତାଧିକାରୀ । ମାତ୍ର ମାସେ ଦୁଇମାସ ଭିତରେ ବ୍ୟାଟେରୀ ଗୁଡିକ ଖରାପ ହୋଇ ଯାଉଥିବାରୁ ଏହା ଏବେ ଦିବ୍ୟାଙ୍ଗ ମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସାଇକେଲ ଗୁଡିକ ମରାମତି କରି ଚଳାଉତôବାବେଳେ ବେଟରୀ ମରାମତି କରିବା ସମ୍ଭବପର ନୁହଁ ବୋଲି ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକ ଓରାଳି ଗ୍ରାମର ଭିନ୍ନକ୍ଷମ ବାବନ ଯେନା ଗତ ଦୁଇମାସ ତଳେ ବ୍ୟାଟେରୀ ଚାଳିତ ତିନିଚକିଆ ସାଇକେଲ ନେଇଥିବାବେଳେ ଗତ ୧୫ଦିନ ହେଲା ବ୍ୟାଟେରୀ ଚାର୍ଜ ରଖୁ ନଥିବାରୁ ତାହ ଆଉ ଚାଲି ପାରୁନି । ଗତକାଲି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀକୁ ବାବନଙ୍କୁ ଜଣେ ପଡୋଶୀ କାନେ୍ଧାଇ କାନେ୍ଧାଇ ଆଣିବା ଚର୍ଚ୍ଚାର ବିଷୟ ହୋଇଛି । ସେହିପରି ଗୋପୀନାଥ ଜେନା ନାମକ ଜଣେ ଦିବ୍ୟାଙ୍ଗ ଦୁଇମାସ ତଳେ ବ୍ୟାଟେରୀ ଚାଳିତ ସାଇକେଲ ପାଇଥିବାବେଳେ ତାହା ଆଉ କାର୍ଯ୍ୟକ୍ଷମ ହେଉନାହିଁ । ଯାହାଦ୍ୱାରା ସେ ଆଉ ବାହାରକୁ ବାହାରିପାରୁ ନାହାନ୍ତି । ଖାଲି ବାବନ କି ଗୋପୀନାଥ ନୁହଁନ୍ତି ଆହୁରି ଅନେକ ଲୋକ ଏପରି ଅଭିଯୋଗ କରିଛନ୍ତି । ନିମ୍ନାମାନର ବ୍ୟାଟେରୀ ସାଇକେଲ ଯୋଗାଣ କରାଯାଇଛି ବୋଲି ସେମାନେ ଖୋଲାଖୋଳି ଅଭିଯୋଗ କରିଛନ୍ତି । ଏପରି ଅଭିଯୋଗ ପାଇବାପରେ ଜିଲ୍ଲା ସାମାଜିକ ଭିନ୍ନକ୍ଷମ ଶଶକ୍ତିକରଣ ଅଧିକାରୀ ବିପ୍ଳବ ସାମନ୍ତରାୟ ଅଭିଯୋଗ ସମ୍ପର୍କରେ ଜାଣିବାପରେ ଏଗୁଡିକୁ ଅତିଶୀଘ୍ର ମରାମତି କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନଉଠେ ଯେ ଯେଉଁ ସଂସ୍ଥା ଏପରି ବ୍ୟାଟେରୀ ଚାଳିତ ସାଇକେଲ ପ୍ରଦାନ କରୁଛି ତାକୁ ଉନ୍ନତ ମାନର ବ୍ୟାଟେରୀ ଲଗାଇ ପ୍ରଦାନ କରିବାକୁ ନିଦେ୍ର୍ଦଶ ଦେବା ଦରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ