ଆଇନ ସେବା ସଚେତନତା ଶିବିର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଆଜି ଏକ ଆଇନ ସେବା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଯେଉଁ ମହିଳାମାନେ କର୍ମକ୍ଷେତ୍ରରେ ଯୌନ ଶୋଷଣର ଶିକାର ହେଉଛନ୍ତି ତାଙ୍କୁ କେଉଁ ଭଳି ଆଇନ ଗତ ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ଶିବିରରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ନେହା ଅଗ୍ରୱାଲ ଶିବିରରେ ଯୋଗ ଦେଇ ଯୌନ ଶୋଷଣ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ସେହିଭଳି ପ୍ରଥମ ବିଭାଗୀୟ ପ୍ରୋଵେସନ ଅଧିକାରୀଣୀ ଇପ୍ସିତା ଭୋଇ କର୍ମଜୀବୀ ମହିଳା ମାନଙ୍କ ପାଇଁଁ ଥିବା ବିଭିନ୍ନ ଆଇନ ସେବା ବିଷୟରେ ଆଲୋଚନା କରିଥିଲେ। ଏଥିରେ ଵିଡିଓ ଦେବଦତ୍ତ ଦାସ, ତହସିଲଦାର ସରୋଜକାନ୍ତ ନାୟକ,ଜିପିଓ ମୀନକେତନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡା ବ୍ଲକର ସମସ୍ତ କର୍ମଚାରୀ ଶିବିରରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଫିରଦୋଶ ଆଲାମ, ଶିବାନୀ ତ୍ରିପାଠୀ,ସନା କାଦ୍ରି, ମନୋଜ କୁମାର ବାରିକ, ସରୋଜ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ